୩.୬ ତୀବ୍ରତାରେ ଥରିଲା ମଣିପୁର
ନୂଆଦିଲ୍ଲୀ : ମଣିପୁରର ବିଷ୍ଣୁପୁର ଜିଲାରେ ଭୂକମ୍ପ ଅନୁଭୂତ । ଏବେ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ରବିବାର ସକାଳ ୭ଟା ୨୨ ମିନିଟ ସମୟରେ ମଣିପୁରର ବିଷ୍ଣୁପୁରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଭୟରେ କିଛି ଲୋକମାନେ ଘର ବାହାରକୁ ଚାଲିଆସିଥିଲେ । ନ୍ୟାସନଲ ସେଣ୍ଟର ଫର୍ ସିମୋଲୋଜିର ଅନୁଯାୟୀ, ମଣିପୁରରେ ୩.୬ ତୀବ୍ରତାର ଭୂକମ୍ପ ଝଟ୍କା ରେକର୍ଡ କରାଯାଇଛି । ଏବେ ଯାଏଁ କୌଣସି କ୍ଷୟକ୍ଷତି କିମ୍ବା କୌଣସି ମୃତାହତର ମଧ୍ୟ ସୂଚନା ମିଳିନାହିଁ ।
