ମମିତା ହତ୍ୟାକାଣ୍ଡ ମାମଲା : ଆଜି ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ
ନୂଆଦିଲ୍ଲୀ : ଥମିବାର ନାଁ ଧରୁନି ମମିତା ମେହେର ହତ୍ୟାକାଣ୍ଡ ମାମଲା । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘ ମାସେ ହେଲା ବିରୋଧୀ ଦଳ ରାଜ ରାସ୍ତାକୁ ଓହ୍ଲାଇଥିବା ବେଳେ ରାଜ୍ୟ ରାଜନୀତି ଏବେ ମମିତା ନିଆଁରେ ଉଷ୍ମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ କରାଯିବ ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବିଜେପି କ୍ରମାଗତ ଭାବେ ଏହା ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ବିଜେପି ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ କରାଯିବ ବୋଲି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ‘ମମିତାଙ୍କୁ ନ୍ୟାୟ’ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ହେବାକୁ ଥିବାବେଳେ ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେବେ ।
