ମମିତା ମେହେର ହତ୍ୟା ପ୍ରସଙ୍ଗ : ଘୁଞ୍ଚିଲା ଗୋବିନ୍ଦ ସାହୁର ଜାମିନ ଆବେଦନ ଶୁଣାଣି
ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା । ସୋମବାର ଦିନ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସାହୁର ଜାମିନ ଆବେଦନର ଶୁଣାଣି ଥିଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ନେଇ ଆବେଦନ କରିଥିଲେ । କୋର୍ଟ ସୋମବାର ଦିନ ଶୁଣାଣି ତାରିଖ ଧାର୍ଯ୍ୟ ରଖିଥିଲେ । ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଜାମିନ ଖାରଜ ହୋଇଥିଲା । କୋର୍ଟ ଜାମିନ ଶୁଣାଣିର ତାରିଖ ଘୁଞ୍ଚାଇଦେଇଛନ୍ତି ।
