ଦଳୀୟ ନେତାଙ୍କୁ ମମତାଙ୍କ ନିର୍ଦେଶ ଘରଘର ଯାଇ କୁହଯେ କେନ୍ଦ୍ରସରକାର ଦେଉନାହାଁନ୍ତି ଫଣ୍ଡ
କୋଲକତା : ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିକ୍ରମାରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ପାର୍ଟି ନେତାଙ୍କୁ ବିଭିନ୍ନ ଗୁରୁତ୍ୱପୁର୍ଣ ଟାସ୍କ ଦେଇଛନ୍ତି । ସେ ପୂର୍ବ ମେଦିନପୁରର ହେଲି ପ୍ୟାଡ ଗ୍ରାଉଣ୍ଡ ରେ ହେଲିକାପ୍ଟରରେ ଚଢିବା ପୂର୍ବରୁ କେତେକ ନେତାଙ୍କ ସହିତ କଥା ହେଇଛନ୍ତି । ବାନାର୍ଜୀ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ ୧୦୦ ଦିନ ରୋଜଗାର ଗ୍ୟାରେଂଟି ଯୋଜନା ପାଇଁ ଯେଉଁ ଲୋକ କାମ କରୁଛନ୍ତି ତାର ଫଣ୍ଡ କେନ୍ଦ୍ର ସରକାର ଦେଉନାହାଁନ୍ତି । ଏହାଛଡା ଆବାସ ଯୋଜନା, ସଡକ ନିର୍ମାଣ ସମେତ ଅନ୍ୟ କେତେ ଫଣ୍ଡ କେନ୍ଦ୍ରସରକାର ରୋକିଦେଇଛନ୍ତି । ସେ ଦଳୀୟନେତାଙ୍କୁ କହିଛନ୍ତି ଆପଣମାନଙ୍କର କାମ ହେଉଛି ଘରଘରକୁ ଯାଇ ବଙ୍ଗଳାର ସାଧାରଣ ଲୋକଙ୍କୁ ଏହିକଥା କୁହ ଯେ କିଭଳି ଭାବରେ ଲୋକଙ୍କୁ ହଇରାଣ କରି କେନ୍ଦ୍ର ସରକାର ପଶ୍ଚିମବଙ୍ଗର ଫଣ୍ଡ ରୋକିଛନ୍ତି ।
