ମମତାଙ୍କ ବଡ ଘୋଷଣା – ୨୦୨୪କୁ ଲୋକସଭା ନିର୍ବାଚନ ନିଜେ ଲଢିବ ତୃଣମୁଳ
କୋଲକତା : ପଶ୍ଟିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନୋଟି ରାଜ୍ୟର ବିଧାନ ସଭା ନିର୍ବାଚନ ଫଳାଫଳ ଗୁରୁବାର ଦିନ ପ୍ରକାଶ ପାଇବା ପରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ମହତ୍ୱପୁର୍ଣ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ତାଙ୍କ ପାର୍ଟି ତୃଣମୁଳ କଂଗ୍ରେସ କୌଣସି ରାଜନୈତିକ ଦଳ ସହ ମେଂଟ କରିବ ନାହିଁ ଓ ଏକାକୀ ନିର୍ବାଚନ ଲଢିବ । ପଶ୍ଚିମ ବଙ୍ଗ ମୁର୍ଶିଦାବାଦ ଅନ୍ତର୍ଗତ ସାଗରଦୀଘୀ ଉପନିର୍ବାଚନରେ ମାକପା କଂଗ୍ରେସ ମେଂଟ ପାର୍ଥୀଙ୍କ ଜିତିବା ଏବଂ ତୃଣମୁଳର ହାରିବାକୁ ନେଇ ସେ କଡା ପ୍ରତିକ୍ରିୟା ଦେଇଛନ୍ତି । ମମତା କହିଛନ୍ତି ମାକପା ଏବଂ କଂଗ୍ରେସ ଅନୈତିକ ଗଠବଂନ୍ଧନ କରିଛନ୍ତି । ସେମାନେ ଜଣେ ଅନ୍ୟ ଜଣଙ୍କ ସହିତ ଭୋଟ ନେବା ଦେବା କରିଛନ୍ତି ।
