ନୀତୀନ ଗଡ଼କରୀଙ୍କୁ ଭେଟିଲେ ମମତା
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟି ରାଜ୍ୟରେ ଚାଲିଥିବା ସଡ଼କ ଏବଂ ଢ଼ାଚାଂଗତ ପରିୟୋଜନା ଉପରେ ଆଲୋଚନା କରିଛନ୍ତି ।
ଗଡ଼କରୀଙ୍କୁ ଭେଟିବା ପରେ ସାମ୍ବାଦିକଙ୍କ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ ମମତା କହିଥିଲେ ଯେ, ସେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସହିତ ପରିବହନ, ସଡ଼କ ଯୋଗାଯୋଗ ଓ ଇଲେକ୍ଟ୍ରୋନିକ ବସ୍, ସଡ଼କ ଏବଂ ଢ଼ାଚାଂଗତ ପରିୟୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ଏନେଇ ଅଧିକ ସୂଚନା ଦେଇ ସେ କହିଥିଲେ ଯେ, ରାଜ୍ୟର ମୁଖ୍ୟ ସଚିବ ଏଚ.କେ. ଦ୍ୱିବେଦୀ ଶୁକ୍ରବାର ଦିଲ୍ଲୀ ପହଂଚିବା ସହ ଏନେଇ ଆଲୋଚନା କରିବେ । ଏଠାରେ ଉଲ୍ଲେଖଯୋଗ୍ୟ, ତୃତୀୟ ଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ମମତା ପ୍ରଥମ ଥର ଦିଲ୍ଲୀ ଗସ୍ତରେ ଆସିଛନ୍ତି । ଗତ ବୁଧବାର ମମତା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଭେଟିଥିଲେ ।
