ଶରଦ ପାୱାରଙ୍କୁ ଭେଟିଲେ ମମତା, ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ଘରେ ଯାଇ ଭେଟିଛନ୍ତି । ଏହି ସମୟରେ ଉଭୟ ନେତା ଆଗାମୀ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକ ପାଖାପାଖି ୨୦ ମିନିଟ ଚାଲିଥିଲା । ଏନେଇ ଶରଦ ପାୱାର ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଅଣବିଜେପି ଦଳର ବୈଠକ ଲାଗି ଆଜି ଦିଲ୍ଲୀ ପହଞ୍ଚିଛନ୍ତି । ଅଣବିଜେପି ନେତାଙ୍କ ବୈଠକ ଜୁନ୍ ୧୫ ଅର୍ଥାତ୍ ଆସନ୍ତାକାଲି ଅନୁଷ୍ଠିତ ହେବ । ଏନେଇ ମମତା ପୂର୍ବରୁ ୨୨ ଅଣବିଜେପି ନେତାଙ୍କୁ ଚିଠି ଲେଖିଥିଲେ । ଉକ୍ତ ବୈଠକରେ କଂଗ୍ରେସର ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
