ଆବାସ ତାଲିକା ରେ ସାଧୁତା ଅବଲମ୍ବନ କରନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନ ନେଇ ତାଲିକାରେ ରାଜ୍ୟ ସରକାର ସାଧୁତା ଅବଲମ୍ବନ କରନ୍ତୁ । ଏ ଦାୟିତ୍ୱ ରାଜ୍ୟ ସରକାର ଙ୍କୁ ନେବାକୁ ପଡିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଠାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପାଇଁ ନିୟମ କୁ କୋହଳ କରିଥିବା କାରଣ ରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା କଥା । ସେ କହିଛନ୍ତି ଯେ ୨୦୧୮ ରୁ ୨୦ ୧୯ ଅଧା ପର୍ଯ୍ୟନ୍ତ ଆବାସ ପ୍ଲସ ପୋର୍ଟାଲ ଖୋଲା ହୋଇ ରହିଲା ହେଲେ ଓଡିଶା ସରକାର ଯୋଗ୍ୟ ହିତାଧିକାରୀ ଙ୍କ ନା ଭରିଲେ ନାହିଁ । ବାରମ୍ବାର ଅନୁରୋଧ ଦିଲ୍ଲୀ ରେ ହୋଇଥିବା ବୈଠକ ରେ ୮ ଲକ୍ଷ ଘର ପି ଏମ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ ଦିଆଯିବ ଓ଼ ଦେଢ଼ ଲକ୍ଷ ଫୋନି କ୍ଷତିଗ୍ରସ୍ତ ଙ୍କୁ ଦିଆଯିବ ବୋଲି ନିଷ୍ପତି ହେଲା ବୋଲି ସେ କହିଛନ୍ତି ।
