ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାଲିଆ ସ୍ଥିତ ଭାଜପା କାର୍ଯ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଓବିସି ମୋର୍ଚ୍ଚା ସଭାପତି ନିତୁନ କୁମାର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସର୍ବ ପ୍ରଥମେ ମହାତ୍ମାଙ୍କ ସୁସଜ୍ଜିତ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଉପସ୍ଥିତ ସଭ୍ୟାସଭ୍ୟମାନେ ସାଙ୍ଗିକ “ବନ୍ଦେ ମାତରମ୍’ ଗାନ ପରେ ମହାମାନବ ଫୁଲେଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।
ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଶାହା, ରେମୁଣା ନିର୍ବାଚନମଣ୍ଡଳୀ କୋର କମିଟି ଆବାହକ କାର୍ତ୍ତିକ ଗିରି ପ୍ରମୁଖ ମହାତ୍ମା ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେ ଜଣେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା, ସଫଳ ବ୍ୟବସାୟୀ, ଜାତି ବିରୋଧୀ ସାମାଜିକ ସଂସ୍କାରକ ସୁଲେଖକ ଥିଲେ ଏବଂ ନାରୀଶିକ୍ଷା ଉନ୍ନତି ପାଇଁ ଯତ୍ନବାନ ଥିଲେ । ମହାରାଷ୍ଟ୍ରର ପୁଣେ ଠାରେ ଝିଅ ମାନଙ୍କ ପାଇଁ ପ୍ରଥମେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ବୋଲି ବକ୍ତା ମାନେ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ଏହି ସଭାରେ ପୂର୍ବତନ ଜିଲାପରିଷଦ ତଥା ଏସ୍ସି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ସୀତାରାମ ପ୍ରଧାନ, ଜିଲା ଭାଜପା ଉପ-ସଭାପତି କମଳା ବିନ୍ଧାଣି, ମିନାକ୍ଷୀ ମହାପାତ୍ର, ସରପଞ୍ଚ ପ୍ରଫୁଲ୍ଲ ଦ୍ୱିବେଦୀ, ସୁମନ୍ତ ଦାସ, ସଞ୍ଜିତ ପ୍ରଧାନ, କାହ୍ନୁ ବେହେରା, ମଳୟ ବିଶ୍ୱାଳ, ସୁକାନ୍ତି ମହାଳିକ, ରୂପବତୀ ମାଝି, ତ୍ରିଲୋଚନ ପ୍ରଧାନ, ଡମ୍ବରୁଧର ରାଉତ, ରୁବିକା ଦାସ, ସୁରେଶ ଚନ୍ଦ୍ର ସ, ଗଜେନ୍ଦ୍ର ମଲ୍ଲିକ, ଶରତ ବାରିକ୍, ଗୌତମ ଦାସ, ନରେନ୍ ନାୟକ, ଖଗେନ୍ଦ୍ର ଶିଆଳ, କାର୍ତ୍ତିକ ଦାସ, ସଞ୍ଜୟ ଖଟୁଆ, ଗଣେଶ ନାୟକ, ନିତ୍ୟାନନ୍ଦ ବେହେରା, ମହେଶ୍ୱର ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ମୋର୍ଚ୍ଚା ସମ୍ପାଦକ ନାରାୟଣ ମହାନ୍ତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।
