ଭୁବନେଶ୍ୱର ଠାରେ ଜଳଛତ୍ର ଶିବିରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ‘ରାଜଧାନୀ ପ୍ରତିଷ୍ଠା ଦିବସ’ ଅବସରରେ ଗୁରୁବାର ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଛକ ଠାରେ \’ସେବା\’ ବିଚାରରେ ବିଜେପି ପକ୍ଷରୁ ହୋଇଥିବା ଏକ ଜଳଛତ୍ର ଶିବିରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀମାନେ ଏହା ଦ୍ୱାରା ଉପକୃତ ହେବେ । ପ୍ରଧାନମନ୍ତ୍ରୀଙ୍କ ସରକାର ଚଲାଇବାର ପଦ୍ଧତି ହେଉଛି ସେବା । ବିଜେପି ସାମାଜିକ ସଂଗଠନ ଭାବରେ ସମାଜର ସେବା କରୁଅଛି । ସେବା ପରମ୍ପରା ସମାଜରେ ବଢିବା ଦରକାର । ଗ୍ରୀଷ୍ମ ପ୍ରବାହ ନ କମିବା ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକର୍ତାମାନେ ନିଜ ଗାଁ ଓ ଅଂଚଳରେ ଜଳଛତ୍ର କରନ୍ତୁ । ବିଭିନ୍ନ ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷମାନେ ମଧ୍ୟ ସବୁଠି ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ଆଗେଇ ଆସିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
