ହେତୁବାଦୀଙ୍କର ପାଗଳ ପ୍ରଳାପ: ଶଙ୍କରାଚାର୍ଯ୍ୟଙ୍କ କଟାକ୍ଷ, ଥାନାରେ ଅଭିଯୋଗ
ଭୁବନେଶ୍ୱର : ସୂର୍ଯ୍ୟ ପରାଗରେ ଚିକେନ ବିରିଆନି ଖାଇବା ପ୍ରସଙ୍ଗକୁ ନେଇ ହେତୁବାଦୀଙ୍କୁ ସବୁଠି ବିରୋଧର ସ୍ୱର ଶୁଣିବାକୁ ମିଳିଲାଣି। ପୁଣି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ହେତୁବାଦୀଙ୍କୁ କଡା ଶବ୍ଦରେ ନିନ୍ଦା କରିଛନ୍ତି। ସେମାନଙ୍କର ଧର୍ମଜ୍ଞାନ ନାହିଁ ଓ ସେମାନଙ୍କୁ ଅକାଳ ପଡିଛି। ଖାଦ୍ୟ ସେମାନେ ଖାଇନାହାନ୍ତି ବରଂ ଖାଦ୍ୟ ସେମାନଙ୍କୁ ଗ୍ରାସ କରିବ। ସେମାନେ ପେଚା ଠାରୁ ବି ହୀନ। ଏଭଳି ହେତୁବାଦୀଙ୍କର ଏହା ପାଗଳର ପ୍ରଳାପ। କେତେ ଜଣ ହାତ ଗଣତି ନିଜକୁ ହେତୁବାଦୀ ପରିଚୟ ଦେଇ ଧର୍ମ ବିରୋଧୀ ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ।
ଧୀରେଧୀରେ ହେତୁବାଦୀଙ୍କ ବିପକ୍ଷରେ ବଢୁଛି ବିରୋଧର ସ୍ୱର। ଗତକାଲି ସିଂହଦ୍ୱାର ଥାନାରେ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ହେତୁବାଦୀଙ୍କ ବିରୋଧରେ ଏତଲା ଦିଆଯାଇଥିବା ବେଳେ ହେତୁବାଦୀଙ୍କ ଏଭଳି କାର୍ଯ୍ୟକୁ କଡାଭାଷାରେ ନିନ୍ଦା କରିଛନ୍ତି ଜଗଦଗୁରୁ ଶଙ୍ଗରାଚାର୍ଯ୍ୟ। ସୂର୍ଯ୍ୟ ପରାଗ ଦିନ ପାକତ୍ୟାଗ ସମୟରେ ଚିକେନ ବିରିୟାନୀ ଭକ୍ଷଣ କରିବା ଧର୍ମ ବିରୋଧୀ। ଏମାନଙ୍କୁ ଅକାଳ ଧରିଛି। ଟିକେ ବି ଧର୍ମଜ୍ଞାନ ନାହିଁ। ଖାଦ୍ୟ ସେମାନେ ଖାଇନାହାଁନ୍ତି ଖାଦ୍ୟ ସେମାନଙ୍କୁ ଖାଇଦେବ। ଆଉ ପେଚା ରାତିରେ ଦେଖିପାରେ ଏମାନେ ତାଠାରୁ ବି ହିନ। ତେଣୁ ଏମାନଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ।
ହେତୁବାଦ ନାମରେ ହିନ୍ଦୁ ଧର୍ମ ପରମ୍ପରାକୁ ନଷ୍ଟ କରିବା ପାଇଁ ଚାଲିଛି ଷଡଯନ୍ତ୍ର। ସୂର୍ଯ୍ୟ ପରାଗ ପାକତ୍ଯାଗ ସମୟରେ ଚିକେନ ବିରିଆନି ନିଜେ ଖାଇବା ଏବଂ ଅନ୍ୟକୁ ଖୁଆଇବା ମୁର୍ଖାମିର ପରିଚୟ। ଏମାନଙ୍କର ହିତାହତ ଜ୍ଞାନ ନଥିବାରୁ ପାଗଳର ପ୍ରଳାପ ଭଳି କାର୍ଯ୍ୟ କରିଛନ୍ତି। ତେଣୁ ଏମାନଙ୍କୁ ଗୁରୁତ୍ୱ ଦେବା ଅନାବଶ୍ୟକ।
ଶାସ୍ତ୍ରୀୟ ପରମ୍ପରା ଓ ଜ୍ୟୋତିର୍ବିଦ୍ୟ ଆଧାରରେ ତିଥି ବାର ପର୍ବପର୍ବାଣି ଓ ଗ୍ରହଣ ଗଣନା କରାଯାଇଛି। ଆଉ ଏହାକୁ ପୂର୍ବକାଳରୁ ପୂର୍ବଜ ମାନେ ପାଳନ କରିଆସୁଛନ୍ତି। ତେଣୁ ଏଭଳି ହେତୁବାଦୀଙ୍କୁ ଆଗାମୀ ଦିନରେ କଡା ବିରୋଧ କରାଯିବ ବୋଲି କହିଛନ୍ତି ଗବେଷକ ଓ ବିଭିନ୍ନ ସଙ୍ଗଠନ। ହିନ୍ଦୁ ଧର୍ମ ପରମ୍ପରା ପ୍ରତି ଏଭଳି ହେତୁବାଦୀଙ୍କ ଅଙ୍ଗୁଳି ନିର୍ଦ୍ଦେଶ ଜ୍ୟୋତିର୍ବିଦଙ୍କ ବିଦ୍ୟା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ସେପଟେ ହେତୁବାଦୀଙ୍କ ପରମ୍ପରା ବିରୋଧୀ କାର୍ଯ୍ୟଧାରକୁ ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଟାଉନ ଥାନାରେ ଦିଆଗଲା ଏତଲା। ମହାସଭାର ଆବାହକ ସୂର୍ଯ୍ୟ ନାରାୟଣ ରଥ ଏବଂ ଅନ୍ୟ ସଦସ୍ୟ ଦେଇଛନ୍ତି ଏତଲା।
