ମା’ ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ ଆରମ୍ଭ
ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇଛି । ବ୍ରହ୍ମାକୁଣ୍ଡରେ ଘଟ ପୂଜା ପରେ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମା’ ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡଶ ଉପଚାର ଆରମ୍ଭ ହୋଇଥାଏ ।
ମନ୍ଦିରରୁ ବିରାଟ ପଟୁଆରାରେ ମାଙ୍କ ଘଟ ବ୍ରହ୍ମାକୁଣ୍ଡ ଯାଇଥାଏ । ସେଠାରେ ଘଟ ନିମଗ୍ନ ପରେ ଷୋହଳ କଳସରୁ ପ୍ରଥମ କଳସ ସ୍ଥାପନ ହୋଇଥାଏ । ତେବେ ମା ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇଥାଏ ।
