ମା’ ବାଶୁଳୀମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ନଖପାଳ ମା’ ମଙ୍ଗଳା କ୍ରିକେଟ୍ ଟିମ୍ ଚାମ୍ପିୟନ
ବିଦ୍ୟାଳୟର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବିତରଣ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୂପୁରା ଗ୍ରାମ ପଞ୍ଚାୟତର ଚୌଧିରିକୁଦ ଏବଂ ଚରବସ୍ତକଳରୁଇ ଗ୍ରାମର ମା’ ବାଶୁଳୀମାତା କ୍ରିକେଟ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍ଯାପିତ ହୋଇଯାଉଛି । ଚୁଡାନ୍ତ ଖେଳରେ ନଖପାଳ ମା’ ମଙ୍ଗଳା କ୍ରିକେଟ୍ ଟିମ ଅସ୍ତୀ କ୍ରିକେଟ ଟିମ୍କୁ ହରାଇ ଚାମ୍ପିୟନ ହୋଇଛି । ଉଦଯାପନୀ ଉତ୍ସବରେ ଗାଁ ବିଦ୍ୟାଳୟର କୃତି ଛାତ୍ରୀଛାତ୍ରଙ୍କୁ କମିଟି ପକ୍ଷରୁ ପୁରସ୍କାର ବିତରଣ କରଯାଇଥିଲା ।
କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଖେଳରେ ନଖପାଳ ମା’ ମଙ୍ଗଳା କ୍ରିକେଟ୍ ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪ ଉଇକେଟ ହରାଇ ୧୯୧ ରନ୍ କରିଥିଲା । ଜବାବରେ ଅସ୍ତୀ କ୍ରିକେଟ ଟିମ୍ ସମସ୍ତ ୱିକେଟ ହରାଇ ୫୬ ରନ୍ କରି ଫାଇନାଲ ଖେଳରେ ରନର୍ସଅପ ହେଇଥିଲେ । ଏହି ଅବସରରେ ସାମାଜିକ କର୍ମୀ ତଥା ମଧୁପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଲମ୍ବୋଦର ମାହାନାଙ୍କ ସଭାପତିତ୍ୱରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଯୋଗଦେଇ ଖେଳ ଭାଇଚାରା ସୃଷ୍ଟି କରେ । ଯାହାଦ୍ୱାରା ଗାଁ ଗାଁ, ପଞ୍ଚାୟତ ପଞ୍ଚାୟତ, ବ୍ଲକ ବ୍ଲକ ମଧ୍ୟରେ ବନ୍ଧୁତା ଓ ଭାତୃ ଭାବ ସୃଷ୍ଟି ହୋଇଥାଏ । ଯାହାକି ଅଞ୍ଚଳ କୁ ପ୍ରଗତିଶୀଳ କରିପାରେ । ମୁଖ୍ୟ ବକ୍ତା ଭାବର ପୂର୍ବତନ ଜିଲାପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ, ସମ୍ମାନିତ ଅତିଥି ଭାବରେ ମଧୁପୁରା ପଞ୍ଚାୟତର ସମିତି ସଦସ୍ୟ ସୁଶାନ୍ତ ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ, ଚୌଧୁରୀକୁଦ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ସାମଲ, ଚୌଧୁରୀକୁଦ ମାଧ୍ୟମିକ ଇଂରାଜୀ ବିଦ୍ୟାଳୟର ଶିକ୍ଷକ ଜୟକୃଷ୍ଣ ବେହେରା, ସାମାଜିକ କର୍ମୀ ରାମଚନ୍ଦ୍ର ପ୍ରଧାନ, ବସନ୍ତ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅତିଥିଙ୍କ ଦ୍ୱାର ଉଦଯାପନୀ ଉତ୍ସବରେ ଉଭୟ ଦଳର ଖେଳାଳୀଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯିବା ସହିତ ଗାଁ ବିଦ୍ୟାଳୟର କୃତି ଛାତ୍ରୀଛତ୍ରଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ଜ୍ୟୋତି ପ୍ରକାଶ କର ଏବଂ ଧନଞ୍ଜୟ ପ୍ରଧାନ ଖେଳକୁ ପରିଚାଳନ କରିଥିଲେ । ଚୁଡ଼ାନ୍ତ ଖେଳର ତମାମ ଧାରାବିବରଣୀ ପ୍ରଦୀପ କୁମାର ମାହାନା ପ୍ରଦାନ କରିଥଲେ । ମାନସ ରଞ୍ଜନ ସାହୁ, ସଞ୍ଜୀବ ମହାନା, ପଙ୍କଜ ସାହୁ, ଗୋପାଳ ବେହେରା, ତପନ ସିଂ, ଚିନ୍ମୟ ସାହୁ, ଚନ୍ଦନ ସାହୁ, ଜଗନ୍ନାଥ ପ୍ରମାଣିକ କାର୍ତ୍ତିକ ସାହୁ, ପତିତପାବନ ବେହେରା, ଗୌତମ ସାହୁ, କୀର୍ତ୍ତି ଶଙ୍କର ସାହୁଙ୍କ ସହିତ କମିଟିର ସମସ୍ତ ସଦସ୍ୟାସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।
