ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ସୁନା ଲୁଟ୍
ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ନଂ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍ । କଲେକ୍ସନ କରି ଫେରୁଥିବା ବେଳେ ବ୍ୟବସାୟୀ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଚେନ ଲୁଟି ନେଲେ ଲୁଟେରା ।
ସୂଚନା ଯେ, ସୋର ଜଗନ୍ନାଥପୁର ଅଞ୍ଚଳର କାହ୍ନୁା ରାଉତ ନାମକ ଜଣେ ବ୍ୟବସାୟୀ ଟଙ୍କା କଲେକ୍ସନ ସାରି ୧୬ନଂ ଜାତୀୟ ରାଜପଥ ଏକ ପେଟ୍ରୋଲ ପମ୍ପ ତେଲ ପକାଇବାକୁ ଯାଉଥିଲେ । ଏହି ସମୟରେ ଏକ ଆପାଚି ବାଇକରେ ୩ ଜଣ ଲୁଟେରା କାହ୍ନୁାଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ l କାହ୍ନୁା ଚିତ୍କାର କରିବାରୁ କିଛି ଲୋକ ପଳାଇ ଆସିବାରୁ ଲୁଟେରାମାନେ ତାଙ୍କ ନିକଟରୁ ୨୦ହଜାର ଟଙ୍କା ଓ ସୁନା ଚେନ୍ ଲୁଟି ନେଇ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ପାଇ ସୋର ପୋଲିସ ଘଟଣାର ତଦନ୍ତ କରୁଛନ୍ତି ।
