ଲାଗୁଛିକି ନଜର ଦୋଷ? ତେବେ ଜାଣନ୍ତୁ ଏହାର ପ୍ରଭାବ ଓ ଉପାୟ
ଦୁନିଆରେ ତିନି ପ୍ରକାର ଊର୍ଜା ରହିଛି । ସକାରାତ୍ମକ, ନକାରାତ୍ମକ ଓ ସାଧାରଣ । ଏହି ଊର୍ଜା ଆମ ଭାବନା, ବ୍ୟବହାର, ଅଭ୍ୟାସ ଓ କଥାରୁ ସୃଷ୍ଟି ହୋଇଥାଏ । ଆମ ଶରୀର ଓ ଘରେ ସାଧାରଣତଃ ସକାରାତ୍ମକ ଊର୍ଜା ରହିଥାଏ । ଯେତେବେଳେ କାହାର ଭାବନା, ବ୍ୟବହାର ଓ ସମ୍ପର୍କରୁ ଆମ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ସେତେବେଳେ ଏହାକୁ ‘ନଜର ଦୋଷ’ କିମ୍ବା ନଜର ଲାଗିବା କହିଥାନ୍ତି । ନଜର ଲାଗିଲେ ଆମ ସ୍ୱାସ୍ଥ୍ୟ, ଭାବନା ଓ ପ୍ରଗତି ଉପରେ କିଛି ସମୟ ପାଇଁ ପ୍ରଭାବ ପଡ଼ିଥାଏ । ଏହି ପ୍ରଭାବ ଶୀଘ୍ର ପଡ଼ିଥାଏ ଓ ବିନା କାରଣରେ ହଠାତ୍ ସବୁ ଠପ୍ ହୋଇଯିବା ପରି ଲାଗିଥାଏ । ଆସନ୍ତୁ ଜାଣିବା ଘରେ, ବ୍ୟବସାୟରେ, ଚାକିରିରେ ଓ ନିଜ ଉପରେ ନଜର ପଡ଼ିଲେ କ’ଣ ହୋଇଥାଏ ।
ଘର ଉପରେ ନଜରର ପ୍ରଭାବ :
୧- ଘରେ ନଜର ଦୋଷ ଥିଲେ ବିନା କାରଣରେ ଘରେ ରହିବାକୁ ବିରକ୍ତି ଲାଗିଥାଏ ।୨- ଘରେ ଅଯଥାରେ ଅଶାନ୍ତି ସୃଷ୍ଟି ହୋଇଥାଏ । ୩- ପରିବାରରେ କେହି ନା କେହି ସଦସ୍ୟ ବେମାର ପଡ଼ି ଅର୍ଥ ଖର୍ଚ୍ଚ ହୋଇଥାଏ । ୪- ଚାକିରି ହେଉ କି ବ୍ୟବସାୟ ବାରମ୍ବାର ଉତ୍ଥାନ ପତନ ଦେଖାଦେଇଥାଏ ।
ଉପାୟ :
୧- ଘରେ ବିନା କାରଣରେ ଆବର୍ଜନା ରଖନ୍ତୁ ନାହିଁ । ୨- ଘରେ ଠାକୁରଙ୍କ ପାଖରେ ସବୁଦିନ ସନ୍ଧ୍ୟାରେ ଦୀପ ଜାଳନ୍ତୁ । ୩- ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଘରେ ଗୋଲାପ କିମ୍ବା ଚନ୍ଦନ ଧୂପକାଠି ଜଳାନ୍ତୁ । ୪- ସବୁ କବାଟ ଉପରେ ଲାଲ ରଙ୍ଗର ସ୍ୱସ୍ତିକ୍ ଚିହ୍ନ ରଖନ୍ତୁ । ୫- ସପ୍ତାହରେ ଥରେ ଘରେ ଭଜନ, କୀର୍ତ୍ତନ କିମ୍ବା କୌଣସି ଧାର୍ମିକ ପାଠ କରନ୍ତୁ ।
ଚାକିରି କିମ୍ବା ବ୍ୟବସାୟରେ ନଜର ଲାଗିବା :
୧- ନଜର ଦୋଷ ଯୋଗୁଁ ଚାକିରିରେ ସମସ୍ୟା ଦେଖା ଦେଇଥାଏ । ଚାକିରି ମିଳୁ ମିଳୁ ହାତରୁ ଚାଲିଯାଇଥାଏ । ବହୁତ ଦିନ ପର୍ଯ୍ୟନ୍ତ ବେକାର ରହିବାକୁ ପଡ଼େ । ୨- ବ୍ୟବସାୟରେ ନଜର ଦୋଷ ଯୋଗୁଁ କାମ ଏକ ପ୍ରକାର ଠପ୍ ହୋଇଯାଇଥାଏ । ଏମିତି ଲାଗେ ଯେ, ବିନା କାରଣରେ ବ୍ୟବସାୟ ବନ୍ଦ ହୋଇଯିବ । ଖଟାଇ ଥିବା ଧନ ବିଭିନ୍ନ ମାଧ୍ୟମରେ ଅଟକି ରହିଥାଏ । ଯେତେ ଚେଷ୍ଟା କଲେ ବି ଆସି ନଥାଏ ।
ବ୍ୟକ୍ତିଗତ ଉପରେ ନଜର ଲାଗିବା :
୧- କୌଣସି ଲୋକ ଉପରେ ନଜର ଲାଗିଲେ, ବିନା କାରଣରେ ରୋଗ ମାଡ଼ି ବସେ । ୨- ବିନା କାରଣରେ ଅଶାନ୍ତି ଦେଖାଦିଏ ଓ ମନ ଭଲ ରରି ନଥାଏ । ୩- କେବେ କେବେ ନଜର ପ୍ରଭାବରେ ବ୍ୟକ୍ତି ନିଜ ସମ୍ପର୍କ ଓ ଦ୍ରବ୍ୟକୁ ଖରାପ କରିଦେଇଥାଏ ।
ଉପାୟ :
୧- ଯଦି ଏମିତି ହୋଇଥିବ ତେବେ ବାଳ କାଟି ଆସନ୍ତୁ କିମ୍ବା ଦାଢ଼ି ବନାଇ ଦିଅନ୍ତୁ । ଏହାପରେ ଗାଧୋଇ ପଡ଼ନ୍ତୁ । ୨- ନାଲି ରଙ୍ଗର ଗୋଟେ ଦୁଇଟି ମଞ୍ଜି ଚୋବାଇ ଦିଅନ୍ତୁ । ୩- ନଜର ଦୋଷରୁ ବଞ୍ଚିବାକୁ ଚାହୁଁଥିଲେ ଚନ୍ଦନ ଅତର ବ୍ୟବହାର କରନ୍ତୁ । ୪- ଘରୁ ବାହାରକୁ ଯିବା ବେଳେ ଗୁଡ଼ କାଢ଼ି ଯାଆନ୍ତୁ । ଏହାଦ୍ୱାରା ବାହାରେ କାହାର ନଜର ଆପଣଙ୍କ ଉପରେ ପଡ଼ିବ ନାହିଁ ।
