ସଂଘ ବିରୁଦ୍ଧରେ ଅଶୋଭନୀୟ ଟିପ୍ପଣୀ ମାମଲାରେ ଗୀତିକାର ଜାଭେଦ ଅଖତାରରଙ୍କ ବିରୁଦ୍ଧରେ ମାମଲା ରୁଜୁ
ମୁମ୍ବାଇ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂପର୍କରେ ଅଶୋଭନୀୟ ଟିପ୍ପଣୀ ମାମଲାରେ ମୁମ୍ବାଇ ର ମଲୁଣ୍ଡ ପୁଲିସ୍ ଷ୍ଟେସନରେ ସୋମବାର ଗୀତିକାର ଜାଭେଦ ଅଖତାରଙ୍କ ବିରୋଧରେ ଏଫ୍ ଆଇ ଆର୍ ଦିଆଯାଇଛି । ଏହା ଆଡଭୋକେଟ୍ ସଂତୋଷ ଦୁବେଙ୍କ ଦ୍ୱାରା କରାଯାଇଛି ।
ପୋଲିସ୍ ଅନୁସାରେ ଆଡଭୋକେଟ୍ ସଂତୋଷ ଦୁବେ ସଂଘ ବିରୋଧି ଟିପ୍ପଣି ଦେବା ଉପରେ ପୁର୍ବ ମାସରେ ଜାଭେଦ ଅଖତାରଙ୍କୁ ନୋଟିସ୍ କରିଥିଲେ । ଆଡଭୋକେଟ୍ ସଂତୋସ ଦୁବେଙ୍କ କହିବାନୁସାରେ ସେ ଗୀତିକାର ଜାଭେଦ ଅଖତାରଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ କିନ୍ତୁ ସେ କ୍ଷମା ମାଗି ନଥିଲେ । ସେଥିପାଇଁ ସେ ମଲୁଣ୍ଡ ପୁଲିସ୍ ଷ୍ଟେସନରେ ସୋମବାର ଜାଭେଦ ଅକ୍ତରଙ୍କ ବିରୋଧରେ ଏଫ୍ ଆଇ ଆର ଦେଇଛନ୍ତି । ଗୋଟିଏ ଟିଭି ଚ୍ୟାନେଲର ସାକ୍ଷାତକାର କାର୍ଯ୍ୟକ୍ରମରେ ୭୬ ବର୍ଷିୟ ଅକ୍ତର ରାଷ୍ଟ୍ରିୟ ସୋୟଂ ସେବକ ସଂଘ ଓ ବିଷ୍ୱ ହିନ୍ଦୁ ପରିଷଦକୁ ତାଲିବାନ ସହିତ ତୁଳନା କରିଥିଲୋ । ଏହି ପ୍ରକାର ବୟାନରେ ଅକ୍ତର ଆଇପିସିଧାରା ୪୯୯ ( ମାନହାନି) ଓ ୫୦୦ (ମାନହାନି ପାଇଁ ସଜ୍ଜା) ଅପରାଧ କରିଛନ୍ତି ।
