ଜାତୀୟ ଖୋଖୋ ତାଲିମ ଶିବିରରେ ବାଲେଶ୍ୱରର ଲିପୁନ ଓ ଜଗନ୍ନାଥ
ବାଲେଶ୍ୱର : ଜାତୀୟ ଖୋଖୋ ତାଲିମ ଶିବିରରେ ବାଲେଶ୍ୱର ଜିଲାର ଲିପୁନ ମୁଖୀ ଓ ଜଗନ୍ନାଥ ମୁର୍ମୁ । ମଧ୍ୟ ପ୍ରଦେଶର ଜବଲପୁର ଠାରେ ଅନୁଷ୍ଟିତ ହୋଇଥିବା ଆନ୍ତଃ ରାଜ୍ୟ ସିନିୟର ଖୋଖୋ ଚମ୍ପିଆନ ସିପ୍ରୁ ଓଡ଼ିଶାର ୫ ଜଣଙ୍କ ମଧ୍ୟରୁ ବାଲେଶ୍ୱର ଜିଲାର ଲିପୁନ ଓ ଜଗନ୍ନାଥ ମନୋନୀତ ହୋଇ ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଜାତୀୟ ଖୋଖୋ ତାଲିମ ଶିବିରରେ ଯୋଗଦାନ କରିଛନ୍ତି । ଗତ ଜାନୁଆରୀ ୨୮ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବ ।
ତାଲିମ ସମୟରେ ଉତ୍ତମ ଖେଳ ପ୍ରଦର୍ଶନ ପୂର୍ବକ ଜାତୀୟ ପୁରୁଷ ଖୋଖୋ ଦଳରେ ଯୋଗଦାନ କରି ବାଲେଶ୍ୱର, ଓଡ଼ିଶା ତଥା ଭାରତର ଗୌରବ ଅର୍ଜନ କରନ୍ତୁ ବୋଲି ବାଲେଶ୍ୱର ଜିଲା କ୍ରୀଡ଼ାସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ, ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, ଉପ ସଭାପତି ବୀରେଦ୍ର କୁମାର ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ ତଥା ଓଡ଼ିଶା ଖୋଖୋ ଆସୋସିଏସନର ସହ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର୍ର ନାୟକଙ୍କ ସହ ସମସ୍ତ କର୍ମକର୍ତ୍ତା ଏବଂ ବହୁ ବରିଷ୍ଠ ସଭ୍ୟ ଆଶୀର୍ବାଦ କରିବା ସଂଗେ ସଂଗେ ଶୁଭେଛା ଜ୍ଞାପନ କରିଛନ୍ତି ।
