୪ ବର୍ଷରେ ୧୬୨୧ ଜୀବନ ନେଇଛି ବଜ୍ରାଘାତ
ଭୁବନେଶ୍ୱର : ବଜ୍ରାଘାତରେ ରାଜ୍ୟରେ ଗତ ୪ ବର୍ଷ ଭିତରେ ମୋଟ ୧୬୨୧ ଜଣଙ୍କର ପ୍ରାଣହାନି ଘଟିଛି । ୨୦୨୧ରେ ଏବେ ସୁଦ୍ଧା ୧୭୮ ଜଣଙ୍କ ମୃତ୍ୟୁ ଘଟିଛି । ଠିକ୍ ସେହିପରି ୨୦୨୦ରେ ୨୭୪ ଓ ୨୦୧୯ରେ ୩୫୭ ଜଣଙ୍କ ମୃତ୍ୟୁ ହୋଇଛି । ବଜ୍ରାଘାତରେ ମୃତକଙ୍କ ପରିବାର ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି ।
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏକ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ, ବଜ୍ରପାତ ସଂପର୍କରେ ଆଗୁଆ ସୂଚନା ଦେବା ଲାଗି ୟାର୍ଥ ୱାର୍କ୍ସ ଏକ ଅନ୍ତର୍ଜାତୀୟ ସଂସ୍ଥା ସହିତ ରାଜ୍ୟ ସରକାର ଚୁକ୍ତି କରିଛନ୍ତି । ଏହି ସଂସ୍ଥା ପକ୍ଷରୁ କେନ୍ଦୁଝର, ପାଣିକୋଇଲି, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର, ରାଉରକେଲା ଓ ଭୁବନେଶ୍ୱର ଆଦି ୮ଟି ସ୍ଥାନରେ ଲାଇଟନିଂ ଡିଟେକ୍ସନ୍ ସେନସର୍ ଲଗାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।
