ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି
ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ପ୍ରଭାବ
ଭୁବନେଶ୍ୱର : ଭାରତୀୟ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନରେ ସୂଚନା ଦିଆ ଯାଇଛି ।
ବୁଲେଟିନରେ କୁହା ଯାଇଛି ଏହା ଧୀରେ ଧୀରେ ପୂର୍ବ ଉତର-ପୂର୍ବ ଦିଗରେ ଗତି କରି ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା ପରେ ଏହା ଉତର-ପଶ୍ଚିମ ଦିଗରେ ଗତି କରିହ ଓ ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପକୂଳରେ ଏକ ଡିପ୍ରେସନରେ ପରିଣତ ହେବ । ବୁଲେଟିନରେ ଆହୁରି କୁହା ଯାଇଛି ଯେ ଏହା ପରେ ଅର୍ଥାତ ୨୧ ମାର୍ଚ୍ଚ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ହୋଇ ଏକ ବାତ୍ୟା ରୂପ ନେବ । ୨୨ ତାରିଖ ପର୍ଯ୍ୟନ୍ତ ଏହା ଉତର ଉତର-ପଶ୍ଚିମ ଦିଗରେ ଗତି କରିବ ଓ ଧୀରେ ଧୀରେ ଉତର-ପୂର୍ବ ଦିଗରେ ଗତି କରି ୨୩ ତାରିଖ ବାଂଲାଦେଶ ଓ ମିଆଁମାର ଉପକୂଳରେ ପହଂଚିବ ।
