୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ! ବର୍ଷାରେ ଭିଜିବ ଦଶହରା
ନୂଆଦିଲ୍ଲୀ : ଆଗାମୀ ଅକ୍ଟୋବର ୧୦ ବେଳକୁ ଉତ୍ତର ଆଣ୍ଡାମାନ୍ ସମୁଦ୍ର ଉପରେ ଗୋଟାଏ ଲଘୁଚାପ କ୍ଷେତ୍ର ସଂଘଠିତ ହେବାର ଖୁବ୍ ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି। ଏହା ଅଧିକ ସୁସ୍ପଷ୍ଟ ହୋଇ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିବାସ ସହ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରିବ।
A #LowPressureArea is very likely to form over #north #Andaman Sea around #10th of October, 2021. It is likely to #become more #marked and move #west #northwestwards towards south #Odisha & north Coastal Andhra Pradesh coast during subsequent 4-#5days pic.twitter.com/SSnGA9hp8g
— Meteorological Centre, Bhubaneswar (@mcbbsr) October 6, 2021
ସେହିପରି ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହେବ । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟରେ ଅଧିକ ପବନର ସମ୍ଭାବନା ବି ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି । ଡ. ପଶୁପାଳକ ପ୍ରାଥମିକ ଆକଳନ ଲଗାଇ କହିଛନ୍ତି, ଆସନ୍ତା ୨୪ ଘଣ୍ଟା ଭିତରେ ଫିଲିଫାଇନସ୍ର ପଶ୍ଚିମରେ ଗଭୀର ଅବପାତ ଏକ ବାତ୍ୟା ରୂପ ନେବ । ଏହା ଦକ୍ଷିଣ ଚୀନ୍ ସାଗର ଅତିକ୍ରମ କରି ଭିଏତନାମ ଉପକୂଳରେ ସ୍ୱଳ୍ପ ବର୍ଷା କରିବ । ଏହାର ଅବଶିଷ୍ଟ ଅଂଶ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଯିବ । ପୁଣି ଏହା ଅଧିକ ଘନୀଭତ ହୋଇ ପଶ୍ଚିମ ଦିଗରେ ଯିବ ଓ ଆନ୍ଧ୍ର ଉପକୂଳକୁ ମୁହାଁଇବ ।
