ସେନାରେ ସାମିଲ ହେଲା ଲାଇଟ୍ କମ୍ବାଟ୍ ହେଲିକପ୍ଟର, ଲଙ୍ଗେଓ୍ବାଲାରେ ହେବ ମୁତୟନ
ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିସେନାରେ ସାମିଲ ହେଲା ଲାଇଟ୍ କମ୍ବାଟ୍ ହେଲିକପ୍ଟର, ଲଙ୍ଗେଓ୍ବାଲାରେ ହେବ ମୁତୟନର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍ ) । ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ପକ୍ଷରୁ ନିର୍ମିତ ଏହି ହେଲିକପ୍ଟରକୁ ହାଲ ପକ୍ଷରୁ ଭାରତୀୟ ସେନାର ବିମାନ ବାହିନୀ ( ଆର୍ମି ଏଭିଏସନ କୋର୍)କୁ ହସ୍ତାନ୍ତର କରାଯାଇଛି ।
ଯୁଦ୍ଧ କ୍ଷେତ୍ରରେ ଅତ୍ୟନ୍ତ ଦକ୍ଷ ଓ ଦ୍ରୁତ କୁହାଯାଉଥିବା ଏହି ହେଲିକପ୍ଟର ସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ। ସେହିପରି ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟରକୁ ସେନା ପକ୍ଷରୁ ରାଜସ୍ତାନର ଲଙ୍ଗେଓ୍ବାଲା ଠାରେ ମୁତୟନ କରାଯିବ । ଏହି ଲଙ୍ଗେଓ୍ବାଲାରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାର ଆକସ୍ମିକ ଆକ୍ରମଣର ମୁହଁତୋଡ ଜବାବ ଦେଇଥିଲା ।
ପୂର୍ବରୁ ଭାରତ ରୁଷ ନିର୍ମିତ ହେଲିକପ୍ଟର କିମ୍ବା ଆମେରିକା ନିର୍ମିତ ଆପାଚେ ହେଲିକପ୍ଟର ବ୍ୟବହାର କରୁଥିଲା । ସରକାର ମେକ-ଇନ-ଇଣ୍ଡିଆ କାର୍ଯ୍ଯକ୍ରମ ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବାକୁ ଉଦ୍ୟମ କରୁଥିବାବେଳେ ଏହି ହେଲିକପ୍ଟର ସେ ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ହେବ । ପୂର୍ବରୁ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ଲଢୁଆ ବିମାନ ଏଲସିଏ ( ତେଜସ୍) ନିର୍ମାଣ କରିଥିବାବେଳେ ଏବେ ଏଲସିଏଚ୍ ନିର୍ମାଣରେ ବି ଭାରତ ସଫଳ ହୋଇଛି ।ଏହି ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ବି ସାମିଲ କରାଯିବ । ଏହା ସହିତ ଏହାକୁ ଭାରତ ଅନ୍ୟ ଦେଶମାନଙ୍କୁ ରପ୍ତାନି କରିବା ପାଇଁ ବି ଲକ୍ଷ୍ୟ ରଖିଛି ।
