ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ, ରାଜ୍ୟପାଳଙ୍କ ଅନୁମୋଦନକୁ ଅପେକ୍ଷା
ଭୁବନେଶ୍ୱର : ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ। ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବିଧାନସଭା ଅଧିବେସନ। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯିବ। ଏହା ପରେ ଅଧିବେସନ ଆରମ୍ଭ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁ ସଦସ୍ୟ ମାନେ ଗୃହକୁ ଆସି ପାରିବେନି ତାଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ। ବିଭିନ୍ନ ବିଲ୍, ଆଲୋଚନା, ତାରକା ଚିହ୍ନିତ ପ୍ରଶ୍ନ, ପ୍ରଶ୍ନକାଳ, ଶୂନ୍ୟକାଳ ରହିଛି। ସମସ୍ତଙ୍କୁ ନେଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ବାଚସ୍ପତି ଆଶା ପ୍ରକାଶ କରିଛନ୍ତି।
ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ବଜେଟ ଅଧିବେଶନ ସଂପର୍କରେ ସୂଚନା ଦେଇ ବାଚସ୍ପତି କହିଛନ୍ତି, ମାର୍ଚ୍ଚ ୩୧ ତାରଖରୁ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ । ଆରମ୍ଭ ହେଲା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ । ଗତକାଲି ଆରମ୍ଭ ହୋଇଛି । ଏହା ସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ଆରମ୍ଭ ହେବ । ବିଧାନସଭା ସଂକ୍ରାନ୍ତୀୟ ସମସ୍ତ ଖବର ପ୍ରସାରଣ ହେବ । ପରବର୍ତୀ ମୁହୂର୍ତରେ ବିଧାନସଭା ଟିଭି ଆରମ୍ଭ ହେବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବି ସୂଚନା ଦେଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।
