ରୋଗୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ବିସ୍କୁଟ, ଜୁସ ଏବଂ ମାସ୍କ ବଣ୍ଟନ କଲେ ବିଧାୟକ
ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଦିନ ଅବସରରେ ଆଜି ସ୍ଥାନୀୟ ରାଜାବଗିଚା ମନ୍ଦିରରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଶରୀର ପାଇଁ ପୂଜାର୍ଚ୍ଚନା କରିବା ସହ ପ୍ରଦୀପ ପ୍ରଜୋଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ବିସ୍କୁଟ, ଜୁସ ଏବଂ ମାସ୍କ ବଣ୍ଟନ କରାଗଲା l
କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଟାଉନ ସଭାପତି ସନତ ଦାସ, ପୂର୍ବତନ ପୌର ଉପ ନଗରପାଳ ମନୋଜ ରାଉତ, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ଟାଉନ ଛାତ୍ର ସଭାପତି କୁଶଲ ଚାଟାର୍ଜୀ, ଟାଉନ ମହିଳା ସଭାପତି ମିନା ମହାନ୍ତି, ବିଶ୍ୱଜିତ ମହାପାତ୍ର, କୈଳାଶ ଦାଶ, ରଞ୍ଜନ ବାଗ, କୈଳାସ ସେଠି, ରାଜଲଷ୍ମୀ ଚାଟାର୍ଜୀ, ବ୍ରଜକିଶୋର ପ୍ରଧାନ, ରୋଜି ପଟ୍ଟନାୟକ, ଶୈଳେନ୍ଦ୍ର ସିଂ, ଜୟନ୍ତୀ ଦତ୍ତ, ଆଶ୍ରିତା ତରେଇ, ମିନତୀ ସେଠି, ସଞ୍ଜୟ ବେହେରା, ସେଖ ସାକିର ସେଖ ରାଜୁଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା ଏବଂ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ l


