ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତରେ ଶନିବାର ଏକ ନୂତନ ମେଗା ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପଞ୍ଚାୟତ ଅଧିନ ଶିଳିଦା ଠାରେ ଦେଢ଼ କୋଟି ଟଙ୍କାର ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ବିଧାୟକ ସ୍ୱରୂପ ଦାସ ଶିଳାନ୍ୟାସ କରିଥିଲେ । ସମ୍ମାନିତ ଅତିଥି ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ଯୁବ ବିଜେଡି ନେତା ଶକ୍ତିପଦ ରାୟ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ଶିଳିଦା, ଭଦରସିଆ ଓ ସାନଗୁବୁରା ଆଦି ଗ୍ରାମର ଲୋକମାନଙ୍କର ପାନୀୟଜଳ ସମସ୍ୟା ଦୂର ହେବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ନିର୍ମଳ ବେହେରା, ପଞ୍ଚାୟତ ବିଜେଡି ସଭାପତି ସୁଜିତ ପଣ୍ଡା, ବସନ୍ତ ମଲ୍ଲିକ, ଦେବାଶିଷ ପରିଡ଼ା, ଅଭିମନ୍ୟୁ ମଲ୍ଲିକ, ଶରତ ବେହେରା, ଶିବ ମଲ୍ଲିକ, ପ୍ରଦୀପ୍ତ ଦାସ ଓ ସୁକୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
