ମହିଳା ସଶକ୍ତିକରଣ ପାଇଁ ଆଇନ ସକ୍ଷକ୍ଷରତକ୍ଷ କର୍ମଶାଳା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମଝିଗୁଡ଼ା ସ୍ଥିତ ଦକ୍ଷତା ବିକାଶ ତାଲିମ ସଂଗଠନ ସଭାଗୃହରେ ଦୁଇ ଦିନ ଧରି ସ୍ୱାତୀ ସଂଗଠନ ଓ ୟୁ ଏସ କଂସ୍ଲେଟେଟ ଜେନେରାଲ, ହାଇଦ୍ରାବାଦ ତରଫରୁ ମହିଳା ସଶକ୍ତି କରଣ ନିମନ୍ତେ ଦୁଇ ଦିନିଆ ଆଇନ ସକ୍ଷକ୍ଷରତକ୍ଷ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର କୁ ଜିଲ୍ଲାପାଳ ଶ୍ରୀଯୁକ୍ତ କମଳ ଲୋଚନ ମିଶ୍ର ଓ ଡିଆଇପିଆର ଓ ଶ୍ରୀଯୁକ୍ତ ହଳଧର ନିଆଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହିଳା ଓ ଝିଅ ମାନଙ୍କ ଉପରେ ହେଉଥିବା ହିଂସା, ଅତ୍ୟାଚାର ଓ ଶୋଷଣ ଆଦି କେମିତି ରୋକା ଯାଇ ପାରିବ ତଥା ବାଲ୍ୟ ବିବାହ ଭଳି ପରମ୍ପରାକୁ ବନ୍ଦ କରାଯିବା ପାଇଁ ସମସ୍ତଙ୍କର ଯୋଗଦାନ ରହିବା ଆବଶ୍ୟକ ବୋଲି କହିବା ସହିତ ଏ ଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଆଇନକୁ ସମସ୍ତ ମହିଳା ମାନଙ୍କ ପାଖରେ ପହଞ୍ଚାଇ ପାରିଲେ, ସେମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି ଶ୍ରୀଯୁକ୍ତ ନିଆଲ୍ କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ଶ୍ରୀଯୁକ୍ତ ରାଜେଶ କୁମାର ସାହୁ, ଡିବ୍ଲୁଓ ଶ୍ରୀଯୁକ୍ତ ପଲକ୍ ରବୀନ୍ଦ୍ର ମଧ୍ୟ ଉପସ୍ଥିତ ଥିଲେ । ତାଲିମ ଶିବିରର ଉଦଯାପନୀ ଉତ୍ସବରେ ପିଏ ଆଇଟିଡିଏ ଶ୍ରୀଯୁକ୍ତ ରାଜେଶ କୁମାର ସାହୁ, ଡିବ୍ଲୁଓ ଶ୍ରୀଯୁକ୍ତ ପଲକ୍ ରବୀନ୍ଦ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ତଥା ପ୍ରମାଣପତ୍ର ପ୍ରଦାନ କରିଥିଲେ । ଦୁଇ ଦିନର କାର୍ଯ୍ୟକ୍ରମରେ ମହିଳା ମାନଙ୍କ ପାଇଁ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନ ସମୁହ, ଯୋଜନା ଓ ଆନୁଷ୍ଠାନିକ ବ୍ୟବସ୍ଥା, ସାମ୍ବିଧାନିକ ଅଧିକାର ଓ ସାମାଜିକ ଗଣ ମାଧ୍ୟମ ର ଭୂମିକା ଆଦି ବିଷୟରେ ବିସ୍ତାର ଭାବେ ଆଲୋଚନା ହୋଇଥିଲା । ଦୁଇ ଦିନର କର୍ମଶାଳାକୁ ସାଧନା ଫାଉଣ୍ଡେସନ ର ସମ୍ପାଦିକା ସୁଜାତା ମହାପାତ୍ର ତାଲିମ ଦାତ୍ରୀ ଓ ସହ ତାଲିମ ଦାତ୍ରୀ ଭାବେ ଶିବାନୀ ପାତ୍ର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରୁ ୨୪ଜଣ ମହିଳା ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ I
