ଆଜି ଠାରୁ ସମସ୍ତ ଆରଟିଓରେ ଲର୍ଣ୍ଣିଂ ଲାଇସେନସ ସ୍ଲଟ୍ ବୁକିଂ
ଭୁବନେଶ୍ୱର : ମହାମାରୀ କରୋନା ଯୋଗୁଁ ଗତ ୪ ମାସ ହେବ ବନ୍ଦ ରହିଥିବା ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ସୋମବାର ଠାରୁ ରାଜ୍ୟର ସମସ୍ତ ଆରଟିଓରେ ଲର୍ଣ୍ଣିଂ ଲାଇସେନସ ସ୍ଲଟ୍ ବୁକିଂ ହୋଇପାରିବ ବୋଲି ରାଜ୍ୟ ପରିବହନ କର୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ କୋଭିଡ ପାଇଁ ବନ୍ଦ ଥିବା ଲର୍ଣ୍ଣିଂ ଲାଇସେନ ପାଇଁ ନୂଆ ଦରଖାସ୍ତ ଗ୍ରହଣ କରିବାକୁ ବାଟ ଖୋଲିବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଚାଲୁ ରହିବ।
ସୂଚନା ଯେ, ଗତ ଏପ୍ରିଲ ୨୨ରୁ କରୋନା କଟକଣା ପାଇଁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ବନ୍ଦ ରହିଥିଲା। ଗତ ୧୧ ତାରିଖରୁ ଏଏଲଏଲ ପାଇଁ ଟେଷ୍ଟ ଆରମ୍ଭ ହୋଇଛି। ଆବେଦନକାରୀ ସବୁଦିନ ସକାଳ ୭ଟାରୁ ରାତି ୧୦ଟା ମଧ୍ୟରେ ଏଥିପାଇଁ ସ୍ଲଟ ବୁକିଂ କରିପାରିବେ। ସ୍ଲଟ ଅବଧି ୧୫ ମିନିଟ ରହିବ। ଆବେଦନକାରୀଙ୍କୁ ଏଥିପାଇଁ ୨୦ଟି ପ୍ରଶ୍ନରୁ ୧୨ଟି ଠିକ୍ ଉତ୍ତର ଦେବାକୁ ପଡିବ। ଅଗଷ୍ଟ ୧୯ ତାରିଖ ସୁଦ୍ଧା ୧ଲକ୍ଷ ୩୨ ହଜାର ୩୯୧ ଲଣ୍ଣିଂ ଲାଇସେନସ ଇସ୍ୟୁ କରାଯାଇଥିଲା ବେଳେ ୪ଲକ୍ଷ ୧୨ ହଜାର ୧୦୪ଟି ଡ୍ରାଇଭିଂ ଲାଇସେନସ୍ ଇସ୍ୟୁ କରାଯାଇଛି।
