ଜାଣନ୍ତୁ ହ୍ବାଟସ୍-ଆପ୍ ଠକେଇରୁ କିପରି ନିଜକୁ ବଞ୍ଚାଇ ପାରିବେ
ନୂଆଦିଲ୍ଲୀ : ଆଜିକା ସମୟରେ ସୋସିଆଲ ମିଡିଆର ବ୍ୟବହାର ଅନେକାଂଶରେ ବଢ଼ିବାରେ ଲାଗିଛି । ହ୍ୱଟ୍ସଆପ୍ ଯେତିକି ଲୋକପ୍ରିୟ ହେଉଛି ଏହାକୁ ଢାଲ କରି ଠକେଇ ବି ସେତିକି ବଢିବାରେ ଲାଗିଛି । ଏହି ହ୍ୱାଟ୍ସଆପ୍ ସ୍କାମର ନାଁ ରହିଛି ‘ଫ୍ରେଣ୍ଡ ଇନ୍ ନିଡ୍’ ସ୍କାମ । ଏବେ ମାତିବାରେ ଲାଗିଛନ୍ତି ସାଇବର ଲୁଟେରା। ହ୍ବାଟସ୍-ଆପ୍ ହ୍ଯାକ୍ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ହ୍ବାଟସ୍-ଆପ୍ ଠକେଇରୁ ବଞ୍ଚିବା ପାଇଁ ଏବେ କମିସନରେଟ୍ ପୋଲିସ୍ ଜାରି କରିଛି ସତକର୍ତା। ଆପଣାନ୍ତୁ ଏହିସବୁ ପଦକ୍ଷେପ । ଯାହାଦ୍ବାରା ଠକାମୀ ଠାରୁ ନିଜକୁ ରକ୍ଷାପାରିବେ ହ୍ୱାଟ୍ସଆପରେ ଆପଣଙ୍କ ପାଖକୁ ଗୋଟିଏ ମେସେଜ୍ ଆସିବ ଆଉ ଆପଣଙ୍କୁ କାଙ୍ଗାଳ କରିଦେବ ।
ଏହି ସ୍କାମରେ ସାଇବର ଫ୍ରଡ୍ ଆପଣଙ୍କ କୌଣସି ବନ୍ଧୁ ବା ପରିଚିତଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟରୁ ମେସେଜ୍ କରିବ । ସେ କୌଣସି ଜାଗାରେ ଫଶିଯାଇଛି । ପାଖରେ ଆବଶ୍ୟକ ଅର୍ଥ ନାହିଁ । ତେଣୁ ଟଙ୍କା ପଠାଇବାକୁ କହିବ । ଏହି ଆଳରେ ଆପଣଙ୍କ ଆକାଉଣ୍ଟର ସବୁ ତଥ୍ୟ ମାଗିନେବ । ଆପଣ ବି ନିଜ ସାଙ୍ଗ ବା ପରିଚିତ ଭାବି ବିଶ୍ୱାସରେ ସବୁ ତଥ୍ୟ ସେୟାର କରିଦେବେ । ଆଉ କିଛି ସମୟ ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ । ଆମ ରାଜ୍ୟରେ ଏପରି ଠକେଇ ମାମଲା ଆସୁଥିବାରୁ ଏଥିରୁ ବର୍ତ୍ତିବାକୁ କ୍ରାଇମବ୍ରାଞ୍ଚ ଜାରି କରିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ । ହ୍ୱାଟ୍ସଆପ୍ ବ୍ୟବହାରକାରୀ ମାନେ ନିଜ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ସେଥିରେ ଥିବା ‘ଟୁ ଷ୍ଟେପ୍ ଭେରିଫିକେସନ’କୁ ଆକ୍ଟିଭ କଲେ ଏପରି ଠକେଇରୁ ବର୍ତ୍ତି ପାରିବେ ।
ତେବେ ଆସନ୍ତୁ ଜାଣିବା ଏହି ଠକେଇରୁ ବର୍ତ୍ତିବାକୁ କ’ଣ ରହିଛି ନିର୍ଦ୍ଦେଶାବଳୀ :
ଏଥିପାଇଁ ପ୍ରଥମେ ନିଜ ହ୍ବାଟସ୍-ଆପ୍ ଆକାଉଣ୍ଟର Two Step Verificationକୁ କାର୍ଯ୍ଯକ୍ଷମ କରନ୍ତୁ । ଏଥିପାଇଁ ଆପଣଙ୍କୁ ଏହି ପ୍ରଣାଳୀ ଦେଇ ଯିବାକୁ ପଡିବ। WhatsApp account -> Setting ->Accounts->Two step verification->Enable->Six digit pin->Confirm same pin again->ନିଜ email id->confirm email id-> Save->Done
କୌଣସି ଅଜଣା ଲିଙ୍କ୍ କ୍ଳିକ୍ କରନ୍ତୁନି ବା OTP କାହାକୁ ଦିଅନ୍ତୁ ନାହିଁ ।
ଅନ୍ ଲାଇନ୍ ଟଙ୍କା ପଠାଇବା ପୂର୍ବରୁ ମାଗୁଥିବା ଲୋକ ସହ କଥା ହୋଇ ଯାଞ୍ଚ କରନ୍ତୁ।
ଅନେକ ଲୋକ ଏହି ଠକାମିର ଶିକାର ହେବାରେ ଲାଗିଛନ୍ତି । ଏବେ ମାତିଛନ୍ତି ସାଇବର ଲୁଟେରା। ହ୍ବାଟସ୍-ଆପ୍ ହ୍ଯାକ୍ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ବିଦେଶରେ ଏହି ଠକେଇ ଅନେକାଂଶରେ ବଢିଯାଇଥିବା ବେଳେ ଏବେ ଆମ ରାଜ୍ୟରେ ବି ଏପରି ମାମଲା ସାମ୍ନାକୁ ଆସିଛି । ଓକାକ୍ ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ସାଇବର ଠକ ୭ ଲକ୍ଷ ଟଙ୍କା ଠିକନେବା ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ଏ ଦିଗରେ ତତ୍ପରତା ଦେଖାଇ ସଚେତନ କରାଇଛି । ଏବଂ ଉପରୋକ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।
