ସଂସଦରେ ପର୍ଣ୍ଣ ଭିଡିଓ ଦେଖିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ସାଂସଦ ନେଲି ପାରିସ୍
ଲଣ୍ଡନ : ସଂସଦରେ ପର୍ଣ୍ଣ ଭିଡିଓ ଦେଖିବା ବ୍ରିଟେନ୍ ସାଂସଦଙ୍କୁ ପଡିଲା ମହଙ୍ଗା। ସିଧା ଦଳରୁ ନିଲମ୍ବିତ ହୋଇଛନ୍ତି ଟିଭେର୍ଟୋନ ଆଣ୍ଡ ହୋନିଟନ ନିର୍ବାଚନ ମଣ୍ଡଳୀର କଞ୍ଜରଭେଟି ପାର୍ଟି ସାଂସଦ ନେଲି ପାରିସ୍। ସେ ଅଫିସ ଚ୍ୟାମ୍ବରେ ପର୍ଣ୍ଣ ମୁଭି ଦେଖୁଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।
ଘଟଣା ଜଣାପଡ଼ିବା ପରେ ପ୍ରତିକ୍ରିୟା ଦେଇଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଉ ଆଜି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସାଂସଦ ନେଲି ପାରିସଙ୍କୁ ନିଲମ୍ବିତ କରାଯାଇଛି। ତଦନ୍ତ ରିପୋର୍ଟ ଆସିବାକୁ ଥିବା ବେଳେ ସେପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି କଞ୍ଜରଭେଟିବ ପାର୍ଟି ମୁଖ୍ୟ ସଚେତକଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବୋରିସ ଜନସନଙ୍କ ପାର୍ଟି କଞ୍ଜରଭେଟିବ୍ର ଦୁଇ ମହିଳା ସାଂସଦ ମଙ୍ଗଳବାର ସନ୍ଧ୍ୟାରେ ନେଲି ପାରିସଙ୍କ ବିରୋଧରେ ଦଳର ଚିଫ୍ ହ୍ୱିପ୍ ପାଖରେ ପର୍ଣ୍ଣ ଭିଡିଓ ଦେଖୁଥିବା ଅଭିଯୋଗ ଆଣିଥିଲେ। ନେଲ ସଂସଦର ଚାମ୍ବର ଓ କମିଟି ମିଟିଂ ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବୋଲି ଦୁଇ ମହିଳା ସାଂସଦ ପାର୍ଟି ମୁଖ୍ୟ ସଚେତକଙ୍କୁ ଅଭିଯୋଗ କରିଥିଲେ। ହେଲେ ଦଳର ମୁଖ୍ୟ ସଚେତକ କିନ୍ତୁ ହଠାତ୍ ନେଲିଙ୍କ ନାଁ ଖୁଲାସା କରି ନଥିଲେ। କିନ୍ତୁ ପରେ ଦଳୀୟ ଚାପ ଯୋଗୁ ତାଙ୍କୁ ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଛି।
