ସାର୍ଥା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଏବଂ ଉଦଘାଟନ
ବାଲେଶ୍ୱର : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଗ୍ରାମ ପଞ୍ଚାୟତର ମୋଟ ୬ ଗୋଟି ଗ୍ରାମକୁ ପାଇପ ଯୋଗ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଶିଳାନ୍ୟାସ କରିଛନ୍ତି ବିଧାୟକ ସ୍ୱରୂପ କୁମାର ଦାସ l
ସାର୍ଥା ଗ୍ରାମ ପଞ୍ଚାୟତର ସାର୍ଥା ଗ୍ରାମରେ ଚାରି ଗୋଟି ଜଳ ଉତ୍ସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଶିଳାନ୍ୟାସ କରିଥିବା ବେଳେ ଚକସାର୍ଥା ଗ୍ରାମରେ ଦୁଈ ଗୋଟି ଜଳ ଉତ୍ସ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ଦାସ l ସମସ୍ତ ଗ୍ରାମାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜ୍ଞାପନ କରିଛିନ୍ତି ଅଞ୍ଚଳ ବାସୀ l ସେହିପରି ଚକସାର୍ଥା ଗ୍ରାମର ୩ ଗୋଟି ଆର.ଡ଼ି ରାସ୍ତାର ଶୁଭ ଶିଳାନ୍ୟାସ କରିଛନ୍ତି ଶ୍ରୀ ଦାସ ଏବଂ ନିଜ ବିଧାୟକ ପାଣ୍ଠିରୁ ସାର୍ଥା ଗ୍ରାମ ପଞ୍ଚାୟତକୁ ପ୍ରଦାନ କରିଥିବା ୩ ଗୋଟି ଉଜ୍ଜଳ ଆଲୋକ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ଶ୍ରୀ ଦାସ l ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ l ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ସହ ଲୋକମାନେ ତୁରନ୍ତ ଘରକୁ ଘର ପାନୀୟ ଜଳ ପାଇବେ ବୋଲି ବିଧାୟକ ଶ୍ରୀ ଦାସ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ସାର୍ଥା ସଭାପତି ସଂଗ୍ରାମ ମଲ୍ଲିକ, ଚକସାର୍ଥା ସଭାପତି ବଂଶୀଧର ଦିଣ୍ଡା, ଯୁବ ନେତା ଶକ୍ତିପଦ ରାୟ, ରାକେଶ କୁମାର ଜେନା, ବ୍ଲକ କମିଟି ସଦସ୍ୟ ପ୍ରଫୁଲ୍ଲ ଜେନା, ପଞ୍ଚାୟତ ଯୁବ ସଭାପତି ସୁକୁମାର ମାନ୍ନା, ପୂର୍ବତନ ସରପଞ୍ଚ ସଂଜୀବ ମଣ୍ଡଳ ଉପସ୍ଥିତ ଥିଲେ l


