ବାଲେଶ୍ୱର : ରାସ୍ତା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ
ବାଲେଶ୍ୱର : ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ଗ୍ରାମପଞ୍ଚାୟତର ଏଣ୍ଡରାଇ ଠାରୁ ରଙ୍ଗାମାଟିଆ ଲକ୍ଷ୍ମୀମାତା ମନ୍ଦିର ପର୍ଯ୍ୟନ୍ତ ୪କୋଟି ୯୫ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ନିମନ୍ତେ ସୋମବାର ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସଙ୍କ କରକମଳରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ମଣ୍ଡଳ, ନାଏବ ସରପଞ୍ଚ ଶାନ୍ତିଲତା ମୁର୍ମୁ, ୱାର୍ଡ଼ମେମ୍ବର ଦୈତାରି ବାରିକ ଓ ସରିତା ସିଂ, ବରିଷ୍ଠ ନେତା ପ୍ରବିର କୁମାର ମଣ୍ଡଳ, ବିମଲ ମଣ୍ଡଳ, ଅରବିନ୍ଦ ଜେନା ଗ୍ରାମପଞ୍ଚାୟତର ନେତୃମଣ୍ଡଳୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
