ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ।
ବୋରିଗୁମ୍ମା : ବୋରିଗୁମ୍ମା ସ୍ଥିତ ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସରିତା ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଆଇନ ସଚେତନତା ଶିବିର ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜେଏମଫସି କୋର୍ଟ ର ବିଚାରପତି ତଥା ଅଧ୍ୟକ୍ଷା ଟିଏଲଏସସି ସୋନେ ସେନିଲେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ପ୍ରସାଦ ଚନ୍ଦ୍ର ବିଡିକା ଯୋଗ ଦେଇଥିଲେ।୧୮ ବର୍ଷ ରୁ କମ ଝିଅ ନାବାଳିକା ମାନଙ୍କ ସକାଶେ ଦୁଷ୍କର୍ମ ପାଇଁ କେନ୍ଦ୍ର ସରକାର ଅଭିଯୁକ୍ତ ଙ୍କ ବିରୁଦ୍ଧରେ ପୋକ୍ସ ଆକ୍ଟ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ପିଡିତା ପୋକ୍ସ ଆକ୍ଟ ରେ କିଭଳି ଭରଣ ପୋଷଣ ପାଇବ ସେ ନେଇ, ସମସ୍ତେ ଏଥିପାଇଁ ସଚେତନ ରହିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶିବ ରଞ୍ଜନ ପଣ୍ଡା, ଉପଦେଷ୍ଟା ଗୌରୀ ଶଙ୍କର ପଣ୍ଡା,ଶଶାଙ୍କ ମିଶ୍ର, ଟ୍ରଷ୍ଟି ମନୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।ଆଜିର ଆଇନ ସଚେତନତା ଶିବିର ରେ ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
