କେନ୍ଦ୍ରାପଡା ଜିଲ୍ଲାରେ ଓଡିଶା ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମର ଶୁଭାରମ୍ଭ
????????????????????????????????????
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ଓଡିଶା ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ସୈାଭାଗ୍ୟ ମଣ୍ଡପ ପରିସରରେ ନବଯୁଗ ଇନଫୋଟେକ ର ରାଜ୍ୟ ଅଧ୍ୟକ୍ଷ ଆର୍ଯ୍ୟବ୍ରତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ ଓଡିଶା ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ସେଠୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଡିଜିଟାଲ ସିଷ୍ଟମରେ ପ୍ରତ୍ୟେକଙ୍କ ଘର ପଞ୍ଜିକୃତ କରାଯାଇ ସେମାନଙ୍କୁ ଡିଜିଟାଲ ଘର ନମ୍ବର ପ୍ରଦାନ ପରେ ଲୋକମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣଣକାରୀ ଯୋଜନାର ସୁଫଳ ପାଇବାରେ ଆଉ ପ୍ରତିବନ୍ଧକ ରହିବ ନାହିଁ । ନବଯୁବର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ରେବତୀକାନ୍ତ ମହାପାତ୍ର ଯୋଗଦେଇ ଏହି କାର୍ଡ ଦ୍ୱାରା ପ୍ରତ୍ୟେକ ଘରର ଲାଣ୍ଡମାର୍କ, ଠିକଣା, ପ୍ରକୃତ ଲୋକେସନ ଏବଂ କାର୍ଡହୋଲଡରର ସଂପୂର୍ଣ୍ଣ ତଥ୍ୟ ଜି.ଆଇ.ଏସ. ସିଷ୍ଟମରେ ଗୁଗୁଲରେ ସଂଯୋଗ କରାଯିବ । ଏଥିରେ ସେହି ପରିବାରର ସଦସ୍ୟମାନଙ୍କର ସମସ୍ତ ତଥ୍ୟ ରହିବ । ଫଳରେ ଗୁଗୁଲମ୍ୟାପ ମାଧ୍ୟମରେ ସିଧାସଳଖ କୈାଣସି ଲୋକର ଠିକଣାରେ ପହଞ୍ଚି ହେବ । ଡିଜିଟାଲ ହେବା ପରେ କାହାର ଘରକୁ ଅନ୍ୟ କେହି ଦେଖାଇ ଋଣ କିମ୍ବା ଆବାସ ଯୋଜନାରେ ଚୋରି କରିପାରିବେ ନାହିଁ । ଏହି କାର୍ଡଧାରୀମାନେ ସେମାନଙ୍କ ସୁରକ୍ଷିତ କାର୍ଡରେ ବିଦ୍ୟୁତ ବିଲ, ଜଳବିଲ, ଜମିର ଖଜଣା ପ୍ରଭୃତି ପୈଠ କରିପାରିବେ । ଆଗାମୀ ଦିନରେ ସମସ୍ତ ସରକାରୀ ଓ ବେସରକାରୀ ଯୋଜନା ପହଞ୍ଚିବା ସହଜ ହେବା ସହ କଳାବଜାରିକୁ ରୋକାଯାଇ ପାରିବ ଓ ସାଧାରଣ ଲୋକଙ୍କ ପାଖରେ ସେବା ଗୁଡିକ ସିଧାସଳଖ ପହଞ୍ଚଯାଇପାରିବ । ଏଥିସହିତ ଏହି କାର୍ଡଦ୍ୱାରା ଜମି ଓ ଘର କିଣା ବିକା ଏବଂ ବିଭିନ୍ନ ଋଣ ପାଇବା ସହଜ ହୋଇପାରିବ ବୋଲି ନବଯୁବର ଗଜପତି ଜିଲ୍ଲା ସଂଯୋଜକ ପବିତ୍ର ଜେନା କହିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର, କେନ୍ଦ୍ରାପଡା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଅଶ୍ୱିନୀ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଡିଜିଟାଲ ଘର ନମ୍ବର କେନ୍ଦ୍ରାପଡାରେ ଶୁଭାରମ୍ଭ ହେଉଥିବାରୁ ନବଯୁଗର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ନବଯୁଗର ପରିଚାଳକ ଆଦିତ୍ୟ ପାଢୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନବଯୁଗର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଯୁବକଯୁବତୀମାନେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ ଓ ଅବଗତ ହୋଇଥିଲେ ।
