୧୯ରେ ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ! ଆସନ୍ତୁ ଜାଣିବା କେଉଁ ସମୟରେ ଲାଗିବ ଓ କେତେବେଳେ ସରିବ
ନୂଆଦିଲ୍ଲୀ : ଆସନ୍ତା ୧୯ ରେ ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦୨୧ ନଭେମ୍ବର ୧୯ ତାରିଖରେ ଲାଗିବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୧୧.୩୪ ସମୟରେ ଲାଗିବ। ସନ୍ଧ୍ୟା ୦୫.୩୩ ରେ ଏହା ଶେଷ ହେବ ।
କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଆଂଶିକ ରହିବ। ଅରୁଣାଚଳ ପ୍ରଦେଶ ଏବଂ ଆସାମର କିଛି ଅଞ୍ଚଳକୁ ଛାଡ଼ି ଦେଲେ ଦେଶର ଅନ୍ୟ ସ୍ଥାନରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ। ଆଂଶିକ ଚନ୍ଦ୍ରଗ୍ରହଣ ହେତୁ ଏହି ସମୟରେ କୌଣସି ସୂତକ ରହିବ ନାହିଁ । ବିଶ୍ୱାସ କରାଯାଏ ଯେ, ସୁତକ ଅବଧି ସମୟରେ ଶୁଭ କାମ କରାଯାଏ ନାହିଁ ଏବଂ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଅବଶ୍ୟ, ଆଂଶିକ ଚନ୍ଦ୍ରଗ୍ରହଣ ହେତୁ ଲୋକମାନେ ସୂତକ ସମୟର ପ୍ରଭାବରୁ ମୁକ୍ତ ରହିବେ ।
