ଲେଜର ଶୋ ଓ ଆତଶବାଜୀ ଯାଜପୁର ସହର ପ୍ରକମ୍ପିତ ହକିଷ୍ଟାଡ଼ିୟମ୍ର ଉଦ୍ଘାଟନୀ ସମାରୋହ ଉତ୍ସବ
ଯାଜପୁର : ଯାଜପୁର ହକି ଷ୍ଟାଡ଼ିୟମ୍ ନୂତନ ଭାବେ ଉଦ୍ଘାଟିତ ହୋଇଛି । ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଆୟୋଜନ କରାଯାଉଥିବା ଅବସରରେ ଯାଜପୁର ଜିଲାର ଏକ ମାତ୍ର ନବନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ବୁଧବାର ଦିନ ମହାସମାରୋହରେ ଉଦ୍ଘାଟିତ ହୋଇଛି । ଲେଜର ଶୋ ଓ ଆତଶ ବାଜୀରେ ଯାଜପୁର ସହର ପ୍ରକମ୍ପିତ ହୋଇଥିଲା । ଜିଲାପାଳ ଚକ୍ରବର୍ତ୍ତିସିଂ ରାଠୋରଙ୍କ ସମେତ ଏସ୍ପି ଭିନିତ ଅଗ୍ରବାଲ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକ, କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ଉପଜିଲାପାଳ ଗୋପୀନାଥ କୁଅଁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଯାଜପୁର ବିଡ଼ିଓ ସୈାରଭ ଚକ୍ରବର୍ତ୍ତି, ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ, ପୈାରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା ଓ ଉପାଧ୍ୟକ୍ଷ ସନ୍ତୋଷକୁ ମାରମଲିକ । ପ୍ରମୁଖ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଅବସରରେ ହାସ୍ୟ ଅଭିନେତା ଶଙ୍କର ଓ ପ୍ରଜ୍ଞାଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏହି ଅବସରରେ ସାଇର ପୁର୍ବତନ ନିର୍ଦ୍ଦେଶକ ଡ଼କ୍ଟର ସଞ୍ଜୁ ଜୋସେଫ୍ଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଏଲ୍ସିଡ଼ି ମାଧ୍ୟମରେ ବାରବାଟୀରେ ଅନୁଷ୍ଠିତ ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର କାର୍ଯ୍ୟକ୍ରମକୁ ଦର୍ଶକମାନେ ଉପଭୋଗ କରିଥିଲେ । ନୂତନ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଯୋଗଦାନ ।
