ଆଫଗାନିସ୍ତାନ କ୍ରିକେଟ କୋଚ୍ ପଦ ଛାଡିବା ନେଇ ଘୋଷଣା କଲେ ଲାନ୍ସ କ୍ଲୁଜନର
କାବୁଲ: ଆଫଗାନିସ୍ତାନ କ୍ରିକେଟ କୋଚ୍ ପଦ ଛାଡିବେ ଦକ୍ଷିଣ ଆଫ୍ରିକା ପୂର୍ବତନ ଅଲ ରାଉଣ୍ଡର ଲାନ୍ସ କ୍ଲୁଜନର । ଡିସେମ୍ବର ୩୧ ପରଠୁ ସେ ଆଫଗାନିସ୍ତାନ କୋଚ୍ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ।
ଲାନ୍ସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଗତ ୨ ବର୍ଷ ଧରି ଆଫଗାନ୍ତିସ୍ତାନ କ୍ରିକେଟ ଟିମରେ ସମୟ ବିତାଇଛି । ଏହି ସମୟ ମଧ୍ୟରେ ଅନେକ ସ୍ମୃତି ପାଇଛି, ଯାହା ସାଙ୍ଗରେ ନେଇଯିବି । ଆଫଗାନିସ୍ତାନ କୋଚ୍ ପଦ ଏବଂ କ୍ରିକେଟ ଢାଞ୍ଚାରୁ ଅବସର ନେବା ପରେ ମୁଁ ମୋ କୋଚିଂ କ୍ୟାରିୟର ଏକ ନୂଆ ସୁଯୋଗକୁ ଅପେକ୍ଷା କରିଛି ।’ ତେବେ କ୍ଲୁଜନରଙ୍କ କାର୍ଯ୍ୟକାଳ ମଧ୍ୟରେ ଆଫଗାନିସ୍ତାନ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରିଥିଲା । ଗୋଟିଏ ଟେଷ୍ଟ, ୬ ଟି ଦିନିକିଆରୁ ୩ ଟି ଏବଂ ୧୪ଟି-ଟ୍ୱେଣ୍ଟି ମଧ୍ୟରୁ ୯ଟି ସହ ୱେଷ୍ଟଇଣ୍ଡିଜ୍ ଏବଂ ଆୟର୍ଲାଣ୍ଡ ଉପରେ ସିରିଜ୍ ହାସଲ କରିଥିଲା । ଅବଶ୍ୟ, ଟି -୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଥିବାବେଳେ କ୍ଲୁଜନର ୧୯୯୬ରୁ ୨୦୦୪ ମଧ୍ୟରେ ୪୯ ଟେଷ୍ଟ ଏବଂ ୧୭୧ଟି ଦିନିକିଆ ମ୍ୟାଚ ଖେଳିଥିଲେ । ଏହି ଦୁଇ ଫର୍ମାଟରେ ଯଥାକ୍ରମେ ୮୦୬ ଏବଂ ୧୯୨ ୱିକେଟ୍ ନେବା ସହ ୧୯୦୬ ଏବଂ ୩୫୭୬ ରନ୍ ସ୍କୋର କରିଥିଲେ ।
