ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ ।
ଝାରସୁଗୁଡ଼ା : “ଗାନ୍ଧୀଙ୍କ ଓଡିଶା ଆଗମନ ଓ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ”ର ସ୍ମରଣ ପାଇଁ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ପକ୍ଷରୁ ଆୟୋଜିତ “ମିନି ମାରାଥନ” ଓ ରେଲି ଆୟୋଜନ କରାଯାଇଛି। ସ୍ଥାନୀୟ ମନମୋହନ ସ୍କୁଲ୍ ପଡିଆରୁ ବସଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତୀ ପର୍ଯ୍ୟନ୍ତ ମାରାଥନ ଓ ବସଷ୍ଟାଣ୍ଡ ଠାରୁ କଲେଜ ପର୍ଯ୍ୟନ୍ତ ରେଳି ଅନୁଷ୍ଠିତ ହୋଇଥିଲା। କାର୍ଯକ୍ରମକୁ ସକାଳ ଆଠ ଘଣ୍ଟା ସମୟରେ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଶ୍ରୀ ତାପସ ରାୟ ଚୌଧୁରୀ ଶ୍ରୀ ବେଣୁ ଗୋପାଲ ପାଣିଗ୍ରାହୀ (ଉପ ନଗରପାଳ), ଶ୍ରୀ ଅଜୟ ଜେନା (ଜିଲ୍ଲା ସୁଚନା ଅଧିକାରୀ), ଶ୍ରୀ ସୁଶିଲ କୁମାର ମିଶ୍ର (ଜିଲ୍ଲା ସ୍ପୋର୍ଟସ ଅଫିସର) ଓ ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ପଣ୍ଡା। ଏହି ମାରାଥନରେ ମହାବିଦ୍ୟାଳୟର ଜଳ, ସ୍ଥଳ ଓ ଆକାଶ ବାହିନୀର ସମର ଶିକ୍ଷାର୍ଥୀ ଛାତ୍ର ଛାତ୍ରୀ, ଜାତୀୟ ସେବା ସଂସ୍ଥା, ଯୁବ ରେଡକ୍ରସର ବିଦ୍ୟାର୍ଥୀ ଓ ଅନ୍ୟ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। କାର୍ଯକ୍ରମକୁ ଏନସିସି ଅଫିସର ମାନସ ରଞ୍ଜନ ଆଚାର୍ଯ୍ୟ, ଡ ମନୀଷ କୁମାର ଦ୍ୱିବେଦୀ, ପୂର୍ବତନ ଖେଳ ଶିକ୍ଷକ ଗଣେଷ ରାମ ନାୟକ, ଡ ଦେବୀ ପ୍ରସାଦ ଯାଦବ ବେହେରା, ପୂର୍ଣ୍ଣିମାମୟୀ ଦାଶ, ସୋନାଲି ସାମାରିଆ, ସୁକୃତି ତନୟା ଗିରି, ଡ ଲାଲଧାରୀ ସିଂ, ଡ ଦୀପଶିଖା ସୋହେଲା, ଡ ସ୍ଵର୍ଣ୍ଣମୟୀ ପୁରୋହିତ, ପ୍ରଜ୍ଞା ପାରମିତା ପଟେଲ ଓ ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲା ପୋଲିସ ଓ ଆମ୍ବୁଲାନ୍ସ ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା।
