ଲଖୀମପୁର ଖେରି ହିଂସା ମାମଲା : ଜେଲରୁ ମୁକୁଳିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ
ନୂଆଦିଲ୍ଲୀ: ଲଖୀମପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଲଖୀମପୁର ଜେଲରୁ ମୁକୁଳିଛନ୍ତି । ଗତ ସପ୍ତାହରେ ଇହ୍ଲାବାଦ ହାଇକୋର୍ଟର ଲଖନଊ ବ୍ୟାଞ୍ଚ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଆଶିଷଙ୍କୁ ପାଖାପାଖି ୪ ମାସ ପୂର୍ବରୁ ଗିରଫ କରାଯାଇଥିଲା । ଆଶିଷ ମିଶ୍ରାଙ୍କ ଓକିଲ ଅବଧେଶ ସିଂହ ତାଙ୍କୁ ଘରକୁ ଆଣିବା ପାଇଁ ଜେଲ ଯାଇଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଉପରେ ଲଖୀମପୁର ଖୀରୀ ଜିଲ୍ଲାର ତିକୋନିୟା ଗାଁରେ ଗତ ଅକ୍ଟୋବରରେ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଜିପ ଚଢ଼ାଇ ମାରିବାର ଆରୋପ ଲାଗିଛି।
