ଲାଖବିନ୍ଧା କାର୍ଯ୍ୟକ୍ରମ ଆୟୋଜିତ
ନୀଳଗିରି : ନୀଳଗିରି ଥାନା ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଆଦିବାସୀ ବହୁଳ ଗାଁ ଦଲଦଲି ଠାରେ ଚଳିତବର୍ଷ ମକର ସଂକ୍ରାନ୍ତି ଉପଲକ୍ଷେ ଆଦିବାସୀମାନଙ୍କର ମୁଖ୍ୟ ପର୍ବ ‘ଲାଖବିନ୍ଧା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ସମାଜସେବୀ ସବ୍ୟସାଚୀ ମହାପାତ୍ର ଯୋଗଦେଇ ଧନୁତୀର ମାରି ଲାଖବିନ୍ଧା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମକର ପର୍ବ ହିଁ ଆଦିବାସୀ ସମ୍ପ୍ରଦାୟର ବଡ଼ପର୍ବ । ଏହି ପର୍ବରେ ପ୍ରତିଘରେ ବନ୍ଧୁବାନ୍ଧବ ମାନେ ଏକତ୍ରିତ ହୋଇ ସେମାନଙ୍କର ଆରାଧ୍ୟ ଦେବତାଙ୍କୁ ମହାଆଡ଼ମ୍ବରପୂର୍ଣ୍ଣ ସହକାରେ ପୂଜା ଅର୍ଚ୍ଚନା କରିଥାନ୍ତି । ରୀତିନୀତି ଅନୁସାରେ ପୂଜାସ୍ଥଳକୁ ଗୋବର ପାଣିରେ ଲିପାପୋଛା କରାଯାଇ ସମସ୍ତଙ୍କ ଘରେ ଥିବା ଧନୁତୀରକୁ ପୂଜାସ୍ଥଳରେ ଏକଜୁଟ କରାଯାଇ ପୂଜା ଅର୍ଚ୍ଚନା କରିଥାନ୍ତି । ପରେ ପରସ୍ପର ନିଜ ନିଜର ଧନୁତୀରକୁ ଆଣି ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏହା ଆଦିବାସୀମାନଙ୍କର ଭାଇଚାରାର ସମ୍ପର୍କ ବୋଲି ସୂଚନା ଦେଇଛନ୍ତି ।
