ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ରେ ଳଖନପୁର (ବାଳକ) ଅର୍ଡା (ବାଳିକା) ଫାଇନାଲରେ
ଝାରସୁଗୁଡା : ଫିପା (୧୭ବର୍ଷ)ମହିଳା ବିଶ୍ୱକପ ଫୁଟବଲ ଖେଳକୁ ଅଧିକ ଜନପ୍ରିୟ କରିବା ନିମନ୍ତେ ଝାରସୁଗୁଡା ଜିଲ୍ଳା ର ସ୍କୁଲ ସ୍ତର ରେ ଆରମ୍ଭ ହୋଇ ଥିବା ଫୁଟବଲ ମ୍ୟାଚ ର ଆଜି ୬ଷ୍ଠ ଦିବସର ୨ୟ ସେମିଫାଇନାଲ ମ୍ୟାଚ ଅପରାହ୍ନ ୨ ଟା ରେ ଓ.ଏସ.ଏପି ଷ୍ଟାଡିୟମ ରେ ଏସ.ଏସ.ଡି .ଅର୍ଡା ଓ ଲଇକେରା ଜୋନ (ବାଳିକା) ମଧ୍ୟରେ ନୁଷ୍ଠିତ ହୋଇ ଥିଲା । ୧-୦ ଗୋଲରେ ଏସ.ଏସ.ଡି .ଅର୍ଡା (ବାଳିକା) ବିଜୟୀ ହୋଇ ୨ୟ ବାଳିକା ଦଳ ଭାବରେ ଫାଇନାଲରେ ପ୍ରବେଶ କଲେ ।
ଦ୍ୱିତୀୟ ମ୍ୟାଚ ଲଖନପୁର ଓ କିରିମିରା ଜୋନ (ବାଳକ)ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଲ ନହେବାରୁ ଟ୍ରାଇବେକର ପଦ୍ଧତିରେ ୩-୧ ଗୋଲରେ ଲଖନପୁର ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ସମ୍ମାନୀୟ ଅତିଥି ଭାବରେ ୨ୟ ଓ.ଏସ.ଏ.ପି ର ଉପ-ଦୁର୍ଗପତି ମାନଧାତା ସାଇ , ଜିଲ୍ଳା କ୍ରୀଡା ଅଧିକାରୀ ସୁଶିଲ କୁମାର ମିଶ୍ର ମଚାଂଧିନ ରହି ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ଏହି ଖେଳ ଗୁଡିକୁ ସୁଶାନ୍ତ ପଟେଲ, ନିର୍ମଳ ସାହୁ ,ଅନନ୍ତ କାଲୋ, ପବିତ୍ର ପ୍ରଧାନ,ତାରଜନ ବିଶ୍ୱାଳ , ଅମିୟ ଷଣ୍ଡ ପ୍ରଭୃତି ପରିଚାଳନା କରି ଥିଲେ । ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁ ଧର ପୂଜାରୀ ମ୍ୟାଚ କମିଶନର ରହି ଥିଲେ ।
