କୁସୁମୀ ବ୍ଲକ୍ ଆଶା କର୍ମୀ ସଂଘ ସମ୍ମିଳନୀ ଓ କର୍ମକର୍ତା ନିର୍ବାଚନ
ରାଇରଙ୍ଗପୁର : କୁସୁମୀ ବ୍ଲକ୍ ଆଶା କର୍ମୀ ସଂଘ ସମ୍ମିଳନୀ ଓ କର୍ମକର୍ତା ନିର୍ବାଚନ ଆଜି ହାଟବାଦଡା କାର୍ଗି ଛକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଆଶା କର୍ମୀ ସଂଘ ସମ୍ମିଳନୀରେ ଭାରତୀୟ ମଜଦୂର ସଂଘର ମୟୂରଭଞ୍ଜ ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ଟୁଡୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ପଦାଧିକାରୀ (ବି. ଏମ. ଏସ୍) ର ନିଗମାନନ୍ଦ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଗଠନ ସମ୍ପାଦକ ଭିମଚରଣ ମହାକୁଡ଼ ଯୋଗଦେଇଥିଲେ । ପରିଚାଳନା କରିଥିଲେ ଆଶା କର୍ମୀ ପାନ ମଣି ଟୁଡୁ ଓ ରଜନୀ ସିଂହ । ଆଶା କର୍ମୀ ମାନଙ୍କର ବିଭିନ୍ନ ସମସ୍ୟା ମାନ ଆଲୋଚନା କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତା ଙ୍କ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ଆଶା କର୍ମୀ ମାନଙ୍କୁ ଅର୍ଥ ମାଗିବା, ଖରାପ ବ୍ୟବହାର ପ୍ରଦର୍ଶନ କରିବା ଇତ୍ୟାଦି ବହୁ ଆଶା କର୍ମୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଏହା ପରେ ପାନମଣୀ ଟୁଡୁ ଧନ୍ୟବାଦ ଦେଇ ଆସନ୍ତା ୨୨ ତାରିଖ ଦିନ ବାରିପଦା ଷ୍ଟାଡିୟମ୍ ଠାରେ ଦିନ ୧୦ ଟା ସମୟରେ ଆଶା କର୍ମୀ ଜିଲ୍ଲା ସମ୍ମିଳନୀ ଓ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ସହ ଏକ ରାଲି କରାଯିବ ବୋଲି ଉଲ୍ଲେଖ କରିଥିଲେ । ପରିଶେଷରେ କୁସୁମୀ ଆଶା ବ୍ଲକ୍ ସଂଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବେ ପାନମଣି ଟୁଡୁ, ଉପସଭାପତି ଭାବେ କାପୁର ଟୁଡୁ, ତୁଳସୀ ପାତ୍ର, ସାଧାରଣ ସମ୍ପାଦକ ସୁମିତ୍ରା ମୁର୍ମୁ, ସହ ସଂପାଦକ ସୁମିତ୍ରା ପାତ୍ର, ପୋମା ସୋରେନ୍, କୋଷାଧ୍ୟକ୍ଷ ବାଲେ ଟୁଡୁ, ସେକ୍ଟର ଲିଡର ଭାବେ ବାଦାମପାହାଡ, ରଙ୍ଗମାତିଆ ଓ ଜୟପୁର ସେକ୍ଟର ର ଯଥାକ୍ରମେ ଲାଛମଣୀ ମାର୍ଣ୍ଡି, ରଜନୀ ସିଂହ, ନାସମଣି ମାଝୀ ଓ ସଦସ୍ୟ ଭାବେ ପାନବତି ହେମ୍ବ୍ରମ, ପିଙ୍କି ପାତ୍ର, ହିରାମଣି ମାଝୀ, କାପୁରମାଲି ମାର୍ଣ୍ଡୀ, ମଞ୍ଜୁଳା ପୂର୍ତି ପ୍ରମୁଖ ନିର୍ବାଚିତ ହୋଇଥି
