କୁଲଡିହା ହାତୀଙ୍କ ଆତଙ୍କ ଭାଙ୍ଗିଲେ ଘର, ଖାଇଲେ ଧାନ, ଅଳ୍ପକେ ବଂଚିଲା ଜୀବନ
ନୀଳଗିରି : ଚାଷୀ ଧାନ କ୍ଷେତରୁ ଧାନ ଅମଳ କରି ଘର ଭିତରେ କିଏ ଫାଙ୍କା ରଖିଛି ତ କିଏ ବୁରାରେ ପୁରାଇ ରଖିଛି । କୁଲଡିହା ହାତୀ ଖାଦ୍ୟ ଅନ୍ୱେଷଣରେ ଏବେ ଗାଁ ମୁହାଁ ହୋଇଛନ୍ତି । ବିବରଣୀରୁ ପ୍ରକାଶ କୁଲଡିହା ରେଞ୍ଜ ଅଧିନସ୍ଥ ବାଉଁଶବଣିଆ ଗ୍ରା.ପ.ର ଜୁଣିଆ ଗ୍ରାମର ଗୀତାଂଜଳି ନାୟକ ଛୁଆ ପିଲାଙ୍କ ସହିତ ଖାଦ୍ୟ ଖାଉଥିବା ସମୟରେ ଗତକାଲି ରାତିରେ ହାତୀ ଘରର ପଛପଟୁ ଘର କାନ୍ଥ ଭାଙ୍ଗୁଥିବା ସମୟରେ ପରିବାର ଲୋକେ ଶବ୍ଦ ଶୁଣି ଲାଇଟ ପକାଇବାରୁ ହାତୀକୁ ଦେଖି ଘରୁ ବାହାରକୁ ପଳାଇଯାଇଥିଲେ । ଯାହାଫଳରେ ହାତୀ ଦାଉରୁ ଅଳ୍ପକେ ବଂଚିଗଲେ । ସେହିପରି ଉକ୍ତ ଗ୍ରାମର ପ୍ରତାପ ନାୟକଙ୍କ ଘରେ ଥିବା ଧାନ ବସ୍ତାରୁ ଧାନ ଖାଇବା ସହିତ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏ ନେଇ ଗ୍ରାମବାସୀ ମାନେ ବାରମ୍ବାର ବନବିଭାଗକୁ ପେଟ୍ରୋଲିଂ କରିବା ପାଇଁ ଗୁହାରି କରୁଥିଲେ ବି ବନବିଭାଗ ଶୁଣୁ ନ ଥିବା ଅଭିଯୋଗ ହେଉଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଂଚଳରେ ବନ ବିଭାଗ ପେଟ୍ରୋଲି କରିବାକୁ ଜିଲ୍ଲା ପ୍ରଶାସନ ଦଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।
