କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ, ଭାରତ-ଶ୍ରୀଲଙ୍କା ଦ୍ଵିତୀୟ ଟି-୨୦ ବାତିଲ
ନୂଆଦିଲ୍ଲୀ : ଭାରତ-ଶ୍ରୀଲଙ୍କା ଦ୍ଵିତୀୟ ଟି-୨୦ ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା । କ୍ରୁନାଲ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ମଙ୍ଗଳବାର ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟିକୁ ବାତିଲ କରିଦିଆଯାଇଛି । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି । ଅନ୍ୟ ଖେଳାଳିଙ୍କ ନମୁନା ନେଗେଟିଭ ଆସିବା ପରେ ମ୍ୟାଚ ଖେଳାଯିବ । ତେବେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବାର ଥିଲା ।
ତେବେ ପ୍ରଶ୍ନ ଉଠିଛି କଡା ବାୟୋ ବବଲରେ ଥାଇ ମଧ୍ୟ କିଭଳି ଭାବେ କରୋନାରେ ଆକ୍ରାନ୍ତ ହେଲେ କ୍ରୁନାଲ ପାଣ୍ଡ୍ୟା । ତେବେ ଦ୍ବିତୀୟ ଟ୍ବେଣ୍ଟି ବାତିଲ ହୋଇଛି । ଏହା କେବେ ଖେଳାଯିବ ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ସିରିଜ୍ ଆଗକୁ ଜାରି ରହିବ କି ନାହିଁ ସେ ନେଇ ମଧ୍ୟ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। ଆସନ୍ତାକାଲି ଅର୍ଥାତ ବୁଧବାର ଦ୍ଵିତୀୟ ଟି-୨୦ ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି ।କିନ୍ତୁ ଅଧିକ ଖେଳାଳି ସଂକ୍ରମିତ ହେବାର ଆଶଙ୍କା ଥିବାରୁ ବୁଧବାର ମ୍ୟାଚ ହେବା ନେଇ ସନ୍ଦେହ ଉପୁଜିଛି । ଏହି ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟି-୨୦ରେ କ୍ରୁନାଲ ପାଣ୍ଡ୍ୟା ବୋଲିଂ କରି ୧୬ ରନ ଦେଇ ୧ ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ଭାରତ ୨-୧ରେ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲେ । ଏହାପୂର୍ବରୁ ଇଂଲଣ୍ଡର ଭାରତୀୟ ଶିବିରରେ ଋଷଭ ପନ୍ତ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଛାଡ଼ି ଅବଶିଷ୍ଟ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଡୁରୁମ୍ ଯାତ୍ରା କରିଥିଲେ।
