କୋଟିଆ ସ୍ଥିତି ସେତେଟା ଖରାପ ନାହିଁ : ବାଚସ୍ପତି
ଭୁବନେଶ୍ୱର : କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରେବେଶ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଭିତରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ହାତକୁ ନେଇଥିଲାବେଳେ ଏହାକୁ ସହି ପାରୁନି ଆନ୍ଧ୍ର। ଏହି ପ୍ରସଙ୍ଗରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, କୋଟିଆରେ ସେମିତି ବଡ ସମସ୍ୟା ନାହିଁ । ରାଜସ୍ୱ ବିଭାଗର ସଚିବ ଓ ଆରଡିସି କମିଟି ସେଠାକୁ ଯାଇ ସ୍ଥିତି ଦେଖିଛନ୍ତି । ସ୍ଥିତି ସେତେଟା ଖରାପ ନାହିଁ ବୋଲି ବାଚସ୍ପତି କହିଛନ୍ତି । ଯେଉଁ ଅଞ୍ଚଳ ଆମ କର୍ତ୍ତୃତ୍ୱ ଭିତରେ ରହିଛି ସେଠି ଉନ୍ନୟନ କାର୍ଯ୍ୟ ଚାଲିଛି ।
ଭିଡିଓ କନଫରେନ୍ସିଂ ଯୋଗେ କୋରାପୁଟ ଜିଲାପାଳଙ୍କ ସହ କଥା ହେଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ବନ୍ୟା ସ୍ଥିତି ରହିଥିବାରୁ ବିଧାୟକମାନେ ବ୍ୟସ୍ତ ରହିଛନ୍ତି । ତେଣୁ ଏହି ସ୍ଥିତି ସୁଧୁରିବା ପରେ ଗୃହ କମିଟି ପକ୍ଷରୁ ବୈଠକ ଡ଼କାଯାଇ କ୍ଷେତ୍ର ପରିଦର୍ଶନରେ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।
