ଆଜି ଅଧିନାୟକ ଭାବେ ଶେଷ ଟି-୨୦ ମ୍ୟାଚ୍ ଖେଳିବେ କୋହଲି
Indian cricket captain Virat Kohli fields the ball during the Cricket Twenty20 World Cup match between India and Pakistan in Dubai, UAE, Sunday, Oct. 24, 2021. (AP Photo/Aijaz Rahi)
ନୂଆଦିଲ୍ଲୀ : ଚଳିତ ଟି-୨୦ ବିଶ୍ଵ କପ୍ରୁ ଭାରତୀୟ ଦଳ ବିଦା ହୋଇଛି। ଏଥିସହ ନ୍ୟୁଜିଲାଣ୍ଡ ଦଳ ଚତୁର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଏବେ ସୋମବାର ଭାରତର ନାମିବିୟା ବିପକ୍ଷ ମ୍ୟାଚ୍ କେବଳ ଔପଚାରିକତା ହୋଇ ରହି ଯାଇଛି। ସେହିପରି ଏହି ମ୍ୟାଚ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଅଧିନାୟକ ଭାବେ ଟି-୨୦ ଫର୍ମାଟ୍ରେ ଶେଷ ମ୍ୟାଚ୍। ଅଧିନାୟକ ଭାବେ ଏହା ୫୦ତମ ଟି-୨୦ ମ୍ୟାଚ୍ ମଧ୍ୟ।
ଟି-୨୦ ବିଶ୍ଵ କପ୍ ୨୦୨୧ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ଘୋଷଣା କରିଥିଲା ଯେ, ସେ ଟି-୨୦ ଫର୍ମାଟ୍ରେ ଭାରତୀୟ ଦଳର ଅଧିନାୟକ ପଦ ଛାଡିବେ। ହେଲେ ଭାରତୀୟ ଦଳରେ ସେ ଖେଳାଳି ଭାବେ ରହିବେ। ତେଣୁ ନାମିବିୟା ବିପକ୍ଷ ମ୍ୟାଚ୍ କୋହଲିଙ୍କ କୋହଲିଙ୍କ ଅଧିନାୟକ ଭାବେ ଶେଷ ଟି-୨୦ ମ୍ୟାଚ୍ ହେବ। ବିରାଟ କୋହଲି ବ୍ୟାଟିଂ ଉପରେ ଫୋକସ୍ କରିବା ଏବଂ କାର୍ଯ୍ୟଚାପରୁ ଆଶ୍ଵସ୍ତି ପାଇବା ପାଇଁ ନିଷ୍ପତ୍ତି ନେଇଥିଲେ। କେବଳ ଭାରତୀୟ ଦଳ ନୁହେଁ ବରଂ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମଧ୍ୟ ଅଧିନାୟକ ପଦ ଛାଡି ସାରିଛନ୍ତି କୋହଲି। ଏବେ ଭାରତୀୟ ଦଳର ଟି-୨୦ ଅଧିନାୟକ ପାଇଁ ଦୌଡରେ ଅଛନ୍ତି ରୋହିତ ଶର୍ମା, ଲୋକେଶ ରାହୁଲ ଓ ଋଷଭ ପନ୍ତ। ହେଲେ ରୋହିତ ଶର୍ମା ଦୌଡରେ ସର୍ବାଗ୍ରେ ରହିଛନ୍ତି।
