ଟ୍ୱିଟରରେ ଭିଡିଓ ସେୟାର ପରେ ଟ୍ରୋଲ ହେଲେ କୋହଲି
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପିଛା ଛାଡୁନି ବିବାଦ । ସେ ଆଇପିଏ ହେଉ ଅବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଏବେ ପୁଣି ଗୋଟି ନୂଆ ବିବାଦର ଶିକାର ହୋଇଛନ୍ତି କୋହଲି । ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର ପରେ ସେ ଏବେ ଟ୍ରୋଲରଙ୍କ ଟାର୍ଗେଟରେ । ଗତ କିଛି କିଛି ଦିନ ତଳେ ସେ ସାଧାରଣ ଲୋକଙ୍କୁ ଦୀପାବଳି ପାଳନ କରିବା ନେଇ କିଛି ଟିପ୍ସ ଦେଇଥିଲେ ।
ତାଙ୍କର ଅଫିସିଆଲ ଟ୍ୱିଟର ଆକାଉଂଟରେ ସେ ଏହି ଭିଡିଓ ସେୟାର କରିଥିଲେ । ପ୍ରଶଂସକଙ୍କୁ ସେ ଦୀପାବଳି ଶୁଭେଚ୍ଛା ଦେବା ସହ ସଚେତନତା ନେଇ ଭିଡିଓ ସେୟାର କରିଥିଲେ । ଭିଡିଓରେ ଟିମ୍ ଇଣ୍ଡିଆର ଅଧିନାୟକ କହିଥିଲେ କି, ଯେ କରୋନା ପାଇଁ ଗତ ବର୍ଷେ ହେବ ଭାରତ ତଥା ବିଶ୍ୱର ଲୋକଙ୍କ ପାଇଁ ବହୁତ କଷ୍ଟ ସହିବାକୁ ପଡିଛି । ଅନେକ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଛି । ଯେଉଁଥିପାଇଁ ଆମେ କୌଣସି ପର୍ବ ପର୍ବାଣୀ ପାଳନ କରିପାରୁନୁ । ହେଲେ ଏବେ ଦେଶରେ ସମସ୍ତେ ଉତ୍ସାହର ସହିତ ଦୀପାବଳି ପାଳିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିରାଟ କେମିତି ପରିବାର ଏବଂ ସାଙ୍ଗ ମାନଙ୍କ ସହ ଭଲରେ ଦୀପାବଳି ମନେଇପାରିବେ ସେନେଇ ଏକ ଟିପ୍ସ ଦେଇଥିଲେ । ତେବେ ବିରାଟଙ୍କର ଏଭଳି ଟ୍ୱିଟ୍ ପରେ ବିରାଟଙ୍କୁ ପସନ୍ଦ କରୁନଥିବା ଲୋକେ ଏହାକୁ ସୋସିଆଲ ମିଡିଆରେ ଟ୍ରୋଲ୍ କରିବାରେ ଲାଗିଛନ୍ତି ।
