କେକେଆରକୁ ଝଟ୍କା : ବାଦ୍ ପଡିଲେ ଷ୍ଟାର ବୋଲର ପ୍ୟାଟ୍ କ୍ୟୁମିନ୍ସ
Pat Cummins of Kolkata Knight Riders celebrates the wicket of Jonny Bairstow of Sunrisers Hyderabad during match 8 of season 13 of the Dream 11 Indian Premier League (IPL) between the Kolkata Knight Riders and the Sunrisers Hyderabad held at the Sheikh Zayed Stadium, Abu Dhabi in the United Arab Emirates on the 26th September 2020. Photo by: Vipin Pawar / Sportzpics for BCCI
ନୂଆଦିଲ୍ଲୀ : ଆଇପିଏଲ ପ୍ଲେ-ଅଫ୍ ରେସରୁ ଏକ ପ୍ରକାର ବାହାରି ସାରିଛି କୋଲକାତା ନାଇଟ ରାଇଡର୍ସ । ଏହାମଧ୍ୟରେ ଦଳକୁ ଆଉ ଏକ ବଡ ଝଟ୍କା ଲାଗିଛି । ଟିମର ଷ୍ଟାର ବୋଲର ପ୍ୟାଟ୍ କ୍ୟୁମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଅଷ୍ଟ୍ରେଲିଆ ଟେଷ୍ଟ୍ ଟିମର ଅଧିନାୟକ କ୍ୟୁମିନ୍ ଖୁବ୍ ଶୀଘ୍ର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଅଷ୍ଟ୍ରେଲିଆ କ୍ରିକେଟ୍ ଓ୍ୱେବସାଇଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓ୍ୱେବସାଇଟ୍ ଅନୁସାରେ, ପ୍ୟାଟଙ୍କୁ ଆଘାତ ଲାଗିଛି । ତେଣୁ ସେ ବିଶ୍ରାମ ନେବାକୁ ସ୍ଥିର କରିଛନ୍ତି । ଆଗାମୀ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଜଣାପଡିଛି ।
ପ୍ୟାଟଙ୍କୁ ଚଳିତ ସିଜିନରେ ବିଳମ୍ବରେ କେକେଆର କିଣିଥିଲା । କାରଣ ସେ ପାକିସ୍ତାନ ଗସ୍ତରେ ଥିଲେ । ସେଠାରୁ ଫେରି ପ୍ୟାଟ୍ ଆଇପିଏଲ ଖେଳିତିଲେ । ସେ ଚଳିତ ସିଜିନରେ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୭ ଓ୍ୱିକେଟ୍ ନେଇଛନ୍ତି । ଏହାସହ ସେ ବ୍ୟାଟିଂରେ ମଧ୍ୟ କମାଲ ଦେଖାଇଥିଲେ । ତାଙ୍କ ବ୍ୟାଟରୁ ଗୋଟିଏ ହାଫ୍ ସେଞ୍ଚୁରୀ ବି ବାହାରିଛି । ସେହିପରି ମେ ଶେଷ ସପ୍ତାହରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳ ୩ ଟି୨୦, ୫ ଦିନିକିଆ ଓ ୨ ଟେଷ୍ଟ୍ ଖେଳିବ ।ଜୁନ ୭ରୁ ଏହି ସିରିଜ ଆରମ୍ଭ ହେବ । ତେବେ ପ୍ୟାଟ୍ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍ ଖେଳିବେ ନାହିଁ । ସୂଚନା ଯେ, କୋଲକାତା ପ୍ଲେ-ଅଫ୍ ରାସ୍ତାରୁ ବାଦ୍ ପଡିବା ଏକ ପ୍ରକାର ସୁନିଶ୍ଚିତ । ଦଳ ଏବେସୁଦ୍ଧା ୧୨ଟିରୁ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଆଉ ଦୁଇ ମୁକାବିଲା ଖେଳିବା ବାକି ଅଛି । ଦଳ ଯଦି ଦୁଇଟିଯାକ ମ୍ୟାଚ୍ ଜିତେ ତେବେ ୧୪ ପଏଁଣ୍ଟ ପାଇବ । ଏହାଦ୍ୱାରା କେକେଆରକୁ ବାକି ଦଳର ପରାଜୟ ଓ କମ୍ ରନରେଟ୍ ନେଇ ପ୍ରାର୍ଥନା କରିବାକୁ ହେବ । ଯାହା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଛି ।
