ଆଇପିଏଲ-୨୦୨୧ : ରାଜସ୍ଥାନକୁ ୧୭୨ ରନର ବିଜୟ ଲକ୍ଷ୍ୟ ଦେଲା କେକେଆର
ଶାରଜାହ : ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୧ ରନ ସଂଗ୍ରହ କରିଛି କୋଲକାତା । ଓପନର ଶୁଭମାନ ଗିଲଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ଫାଇଟିଂ ଟୋଟାଲ ସ୍କୋର କରିଛି କେକେଆର୍ ।
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଓପନର ଶୁଭମାନ ଗିଲ ଏବଂ ଭେଙ୍କଟେସ ଆୟର ଦମଦାର ଆରମ୍ଭ କରିଥିଲେ । ଗିଲ ବ୍ୟକ୍ତିଗତ ୪୪ ବଲରୁ ୪ ଚୌକା ଏବଂ ୨ ଛକା ସହାୟତାରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଭେଙ୍ଗଟେସ୍ ଆୟର ୩୮ ରନ, ନୀତିଶ ରାଣା ୧୨, ରାହୁଲ ତ୍ରିପାଠୀ ୨୧ ରନ କରି ଆଉଟ ହୋଇଛନ୍ତି । ଦିନେଶ କାର୍ତ୍ତିକ ୧୪ ଏବଂ ଇୟନ ମୋର୍ଗାନ୍ ୧୩ ରନ କରି ଅପରାଜିତ ଅଛନ୍ତି । ରାଜସ୍ଥାନ ପକ୍ଷରୁ ଜୟଦେବ ଉନାଦକତ୍ ୪ ଓଭରରେ ୩୫ ରନ ଦେଇଥିବା ବେଳେ, କ୍ରିସ୍ ମୋରିସ୍ ୪ ଓଭରରେ୨୮ ରନ ୧ଓ୍ବିକେଟ, ଚେତନ୍ ସକାରିୟା ୪ ଓଭରରେ ୨୩ ରନ ୧ ଓ୍ବିକେଟ, ମୁସ୍ତଫିଜୁର ରେହମାନ ୪ ଓଭରରେ ୩୧ ରନ, ଶିବମ ଦୁବେ ୨ ଓଭରରେ ୧୮, ରାହୁଲ ତେଓ୍ବାତିୟା ୧ ଓଭରରେ ୧୧ ରନ ୧ ଓ୍ବିକେଟ ଏବଂ ଗ୍ଲେନ୍ ଫିଲିପ୍ସ ୧ ଓଭରରେ ୧୭ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
