କିସ ଡେ’-୨୦୨୩ ! ପ୍ରେମରେ ପ୍ରଗାଢ଼ତା ବଢ଼ାଏ ଚୁମ୍ବନ
ପ୍ରେମ ଶାଶ୍ବତ ଏବଂ ଚିରନ୍ତନ । ପ୍ରେମ ପାଇଁ ଉତ୍ସର୍ଗୀକୃତ ଚଳିତ ମାସ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ଭାଲେଣ୍ଟାଇନ ସପ୍ତାହର ସପ୍ତମ ଦିନରେ କିସ ଡେ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ, ପରସ୍ପରକୁ ଚୁମ୍ବନ ଦେଇ ପ୍ରେମୀଯୁଗଳ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି।
ଆଜିର ଦିନରେ ନିଜର ମନର ମଣିଷକୁ ଚୁମ୍ବନ ଦେବାର ଅଭିଳାଷ ସବୁ ପ୍ରେମିକ ପ୍ରେମିକା ମାନଙ୍କର ରହିଥାଏ ।କୁହାଯାଏ ଚୁମ୍ବନ ଦ୍ୱାରା ପ୍ରେମରେ ପ୍ରଗଢତା ବୃଦ୍ଧି ହୋଇଥାଏ । ଚୁମ୍ବନରେ ରହିଥାଏ ଭଲପାଇବା, ନିଜ ପ୍ରେମର ପ୍ରଗାଢତା, ଏବଂ ଦୁହେଁ ଦୁହିଁଙ୍କୁ ପ୍ରେମରେ ସମ୍ମାନ କରିବା ।
ପ୍ରେମରେ ପଡିଥିବା ପ୍ରେମ ପକ୍ଷୀ ଏ ଦୁନିଆର ବାଡ଼ ବନ୍ଧ ନାମାନି ଚାହାନ୍ତି ଆକାଶରେ ଉଡିଯିବା ପାଇଁ ।ପ୍ରେମରେ ଫୁଲଟିଏ ବି ଫୁଟିଲେ ତାହା ଚଉଦିଗକୁ ବାସିଥାଏ, ସେ ବାସ୍ନା ମନକୁ ପୁଲକିତ କରେ ରୋମାଂଚିତ କରେ । ସାରାଦେହକୁ ଫୁଲକରି ଆକାଶରେ ଉଡାଇଦିଏ ଏହି ପ୍ରେମ ପକ୍ଷୀ ।
ଚୁମ୍ବନ ଭଗବାନଙ୍କ ସୃଷ୍ଟିର ଗୋଟିଏ ସୁନ୍ଦରତମ ଭାବନା ଏହା ମାଧ୍ୟମରେ ପ୍ରତ୍ୟେକ ପ୍ରେମିକ ଏବଂ ପ୍ରେମିକା ନିଜର ପ୍ରେମକୁ ସାର୍ଥକ କରିଥାନ୍ତି । ଚୁମ୍ବନ ହେଉଛି ପ୍ରତ୍ୟେକ ପ୍ରେମିକ ଏବଂ ପ୍ରେମିକାଙ୍କର ସ୍ୱତଃସ୍ଫୁର୍ତ ଭାବନା ।
