‘କିସି କା ଭାଇ କିସି କି ଜାନ’ ଟ୍ରେଲର ରିଲିଜ୍ : ସଂସ୍କୃତରେ ଅନର୍ଗଳ ଶ୍ଲୋକ ଗାଇଲେ ଭାଇଜାନ୍, ଫ୍ୟାନ୍ସ କହିଲେ ୱାଓ
ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ । ନିକଟରେ ଏହି ଫିଲ୍ମର ଚାରୋଟି ଗୀତ ରିଲିଜ୍ ହୋଇଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଯାହାଙ୍କୁ ସଲମାନ ଖାନଙ୍କ ଫ୍ୟାନ୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲା। ଆଜି ଏହି ଅପେକ୍ଷାର ଅନ୍ତ ଘଟିଛି । ସଲମାନଙ୍କୁ ଏହି ଫିଲ୍ମରେ ଏକ ନୂଆ ଲୁକରେ ଦେଖିବାକୁ ମିଳିବ । ଟିଜରରେ ଦେଖିବାକୁ ମିଳିଛି ଯେ, ସଂସ୍କୃତରେ କିଛି ଶ୍ଲୋକ ଗାନ କରୁଛନ୍ତି ସଲମାନ ଖାନ୍ । ପରେ ,ତାଙ୍କୁ ସମସ୍ତ ଭାଇ ଡାକିବାକୁ ସଲମାନ ଖାନ କହୁଛନ୍ତି । କେବଳ ଏତିକି ନୁହେଁ, ତେବେ, ଏହି ଫିଲ୍ମରେ ସଲମାନଙ୍କ ଲୁକ୍ ପୁରା ଡିଫରେଣ୍ଟ ରହିଛି । ଦମଦାର ଲୁକରେ ନଜର ଆସିଛନ୍ତି ଭାଇଜାନ୍ ।
ନିକଟରେ, ‘କିସି କା ଭାଇ କିସି କି ଜାନ’ ‘ୟେଣ୍ଟାମା’ ଗୀତ ରିଲିଜ୍ ହୋଇଥିଲା । ‘ୟେଣ୍ଟାମା’ ଗୀତ ହେଉଛି ଏକ ହିନ୍ଦୀ-ତେଲୁଗୁ ମିଶ୍ରଣ ଗୀତ । ଯେଉଁଥିରେ ସଲମାନ ଏବଂ ଭେଙ୍କଟେଶଙ୍କୁ ଲୁଙ୍ଗି ପିନ୍ଧି ଡାନ୍ସ କରୁଥିବା ଦେଖିବାକୁ ମିଳିଛି । ତେବେ,ଏହି ଗୀତରେ ଦକ୍ଷିଣ ଭାରତରେ ଛୁଙ୍କ ମଧ୍ୟ ଟିକେ ଅଧିକ ରହିଛି । ତେବେ,ଏହି ଗୀତକୁ ପାୟଲ ଦେବ ରଚନା କରିଛନ୍ତି। ଏହି ଗୀତଟିକୁ ବିଶାଲ ଦାଦଲାନି ଏବଂ ପାୟଲ ଦେବ ଗାଇଛନ୍ତି । ଏହି ଗୀତର ଲିରିକ୍ସ ଶବବୀର ଅହମ୍ମଦ ଏବଂ କୋରିଓଗ୍ରାଫି ଜାନି ମାଷ୍ଟରଙ୍କ ଦ୍ୱାରା ହୋଇଛି। ଏହି ଗୀତର ଶେଷ ଟିଜରରେ ଜଣେ ସାଉଥଷ୍ଟାର ରାମଚରଣଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ତେବେ ଏହି ଚଳଚ୍ଚିତ୍ରଟି ଚଳିତ ମାସ ୨୧ ରେ ଅର୍ଥାତ୍ ଇଦରେ ରିଲିଜ୍ ହେବ। ତେବେ, ଏହି ଫିଲ୍ମର ପ୍ରଯୋଜକ ସଲମାନ ଖାନ୍ ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବରେ ଫରାଦ ସମଝୀ ରହିଛନ୍ତି । ତେବେ ଫିଲ୍ମଟି ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏ-ହି ଫିଲ୍ମରେ, ସଲମାନଙ୍କ ବିପକ୍ଷରେ ପୂଜା ହେଗଡେ ନଜର ଆସିବେ। ଅନ୍ୟପକ୍ଷରେ ଶେହେନାଜ ଗିଲ ଏବଂ ପଲକ ତିୱାରୀ ଏହି ଫିଲ୍ମରେ ଡେବ୍ୟୁ କରିବେ। ତେବେ,ଏହି ଫିଲ୍ମକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ ।
ନିକଟରେ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି । କିଛି ଦିନ ହେବ କେହିଜଣେ ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏ ନେଇ ସଲମାନଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ ସଲମାନ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବେ ଏହି ଅଭିଯୁକ୍ତ ଗିରଫ ହୋଇଛି । ରାଜସ୍ଥାନରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଉଛି ଧାକଡ ରାମ ବିଷ୍ଣୋଇ । ଏହି ଅଭିଯୁକ୍ତ ଜଣଙ୍କ ଇ-ମେଲ ଜରିଆରେ ସଲମାନଙ୍କୁ ବାରମ୍ବାର ଧମକ ଦେଉଥିଲା । ଅଭିଯୁକ୍ତର ବୟସ ୨୧ ବର୍ଷ ।
