ସମାଜବାଦୀ ପାର୍ଟିରେ ବିଲୟ ହେଲା କିସାନ କ୍ରାନ୍ତି ମଞ୍ଚ ସଙ୍ଗଠନ
Uttar Pradesh, Jan 16 (ANI): Samajwadi Party National President Akhilesh Yadav addresses media during a press conference at party office in Lucknow on saturday. (ANI Photo)
ଲକ୍ଷ୍ନୌ : ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦ ପାର୍ଟିରେ ହୋଇଛି ଅନ୍ୟ ଏକ ରାଜନୈତିକ ଦଳର ବିଲୟ। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ନେତୃତ୍ୱ ଉପରେ ଭରସା କରି କିଷାନ କ୍ରାନ୍ତି ମଞ୍ଚ ସଙ୍ଗଠନର ସମାଜବାଦୀ ପାର୍ଟିରେ ବିଲୟ ହୋଇଛି। ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଠାରେ ଏହି ବିଲୟ ସମ୍ପର୍କରେ କିସାନ କ୍ରାନ୍ତି ମଞ୍ଚ ସଙ୍ଗଠନ ସଭାପତି ଓଙ୍କାର ସିଂହ ଲୋଧି ଘୋଷଣା କରିଛନ୍ତି। ଏହି ସଙ୍ଗଠନର ସମସ୍ତ ସଦସ୍ୟ ସମାଜବାଦୀ ପାର୍ଟିରେ ଯୋଗଦାନ କରିଛନ୍ତି। ଏନେଇ ଅଖିଳେଶ ଯାଦବ କହିଛନ୍ତି ଯେ ବର୍ତ୍ତମାନ ବିଜୟ ନିଶ୍ଚିତ।
ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବରୁ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ କରିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ଏହି କ୍ରମରେ ନିସାର ଖାନଙ୍କୁ ସମାଜବାଦୀ ପାର୍ଟି ପ୍ରଦେଶ ସଚିବ ଭାବେ ନିଯୁକ୍ତ କରାଯାଇଛି। ସମାଜବାଦୀ ଲୋହିୟା ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଦୀପ ତିୱାରୀଙ୍କ ଦ୍ୱାରା ସମାଜବାଦୀ ଲୋହିୟା ବାହିନୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଡ.ରାଜବର୍ଦ୍ଧନ ଜାଟବ ଅମରୋହାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ମହମ୍ମଦ ହମ୍ମାଦ ନବୀ ବରେଲିଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର, ନଦୀମ ଜାଫର ବିଜନୌର, ହରିକେଶ ଚୌରାସିଆ ସନ୍ତକବୀର ନଗର, କେଶବ ପ୍ରତାପ ଯାଦବ ଠାଣେ ମହାରାଷ୍ଟ୍ର, କଲୁ ଯାଦବ ସୁଧିର ଏବଂ ଶିବ ଶଙ୍କର ଲୋଧି ଔରୈୟା ପ୍ରମୁଖଙ୍କୁ ଜାତୀୟ ସଚିବ କରାଯାଇଛି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଅନିଲ ବାଲ୍ମିକୀ, ରାମବାବୁ ସୋନକରଙ୍କୁ ଜାତୀୟ ସଦସ୍ୟ ଏବଂ ସଚିନ ଦୀକ୍ଷିତଙ୍କୁ ବିଶେଷ ମନୋନୀତ ସଦସ୍ୟ ନାମିତ କରାଯାଇଛି।
ଦିନକୁ ଦିନକୁ ଦିନ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଖେଇ ଆସୁଥିବା ବେଳେ ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ସମାଜବାଦ ପାର୍ଟି ସହ କଥାବାର୍ତ୍ତା ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଗାମୀ ନିର୍ବାଚନରେ ରାଷ୍ଟ୍ରୀୟ ଲୋକ ଦଳ ଏବଂ ସୁହଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ ଗଠନ କରିବା ପ୍ରାୟତଃ ନିଶ୍ଚିତ।
